ଦୁର୍ବୃତ୍ତଙ୍କ ଗୁଳିରେ ଯୁବକ ଗୁରୁତର; ସୁନ୍ଦରଗଡ଼ରେ ଆତଙ୍କ

ସୁନ୍ଦରଗଡ଼ ସହରରେ ମଙ୍ଗଳବାର ରାତିରେ ଗୁଳି ଫୁଟିଛି। ଟାଉନ୍‌ଥାନା ସଂଲଗ୍ନ ଜେଡିଆର୍‌ ହୋଟେଲ୍ ପଛପଟେ ହୋଇଥିବା ଗୁଳିକାଣ୍ଡରେ ସୁନ୍ଦରଗଡ଼ ସୁନାରିପଡ଼ା ନିବାସୀ ରାଜ୍ ଯାଦବ (୨୫) ନାମକ ଯୁବକ ଗୁରୁତର ହୋଇଛନ୍ତି।

ନୂଆବର୍ଷ ଭୋଜିରେ ଫୁଟିଲା ଗୁଳି: ବଡ଼ର ଗୁଳିମାଡ଼ରେ ସାନଭାଇର ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହରରେ ମଙ୍ଗଳବାର ରାତିରେ ଗୁଳି ଫୁଟିଛି। ଟାଉନ୍‌ଥାନା ସଂଲଗ୍ନ ଜେଡିଆର୍‌ ହୋଟେଲ୍ ପଛପଟେ ହୋଇଥିବା ଗୁଳିକାଣ୍ଡରେ ସୁନ୍ଦରଗଡ଼ ସୁନାରିପଡ଼ା ନିବାସୀ ରାଜ୍ ଯାଦବ (୨୫) ନାମକ ଯୁବକ ଗୁରୁତର ହୋଇଛନ୍ତି। ରାଜ୍ ହୋଟେଲ୍ ପଛପଟେ ଥିବା ଏକ ପୋଖରୀ ନିକଟରେ ବସିଥିବାବେଳେ ରାତି ୮ଟାରୁ ୮ଟା ୩୦ ମଧ୍ୟରେ କିଛି ଦୁର୍ବୃତ୍ତ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ଗୁଳିଟି ତାଙ୍କ ବାମ ଗୋଡ଼ରେ ବାଜି ରହି ଯାଇଥିଲା। ତାଙ୍କୁ ତୁରନ୍ତ ସୁନ୍ଦରଗଡ଼ ଡାକ୍ତରଖାନା ନିଆ ଯାଇଥିଲା। ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି। 

ଗତ ଶନିବାର ସଂଧ୍ୟାରେ ସଫେଇ ସୁପର୍‌ଭାଇଜର୍‌ଙ୍କୁ ବିଚ୍‌ ସହରରେ ଗୋଡ଼ାଇଗୋଡ଼ାଇ ହତ୍ୟା କରିଥିଲେ ଦୁର୍ବୃତ୍ତ। ଏହାର ୩ ଦିନ ପରେ ପୁଣି ଏହି ଗୁଳିକାଣ୍ଡ ସହରବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe