ବାରଙ୍ଗ: ପରିବା ବ୍ୟବସାୟୀଙ୍କୁ ଗୁଳିମାଡ଼

ଗ୍ୟାଙ୍ଗଷ୍ଟର୍‌ଙ୍କୁ ଘାରିଲାଣି ଭୟ, ହାଇଦର୍ ପରେ କାହା ପାଳି?

Odisha Sun Times

ବାରଙ୍ଗ: ନନ୍ଦନକାନନ ଥାନା ଅଧୀନ ପଦାସାହି ଗ୍ରାମ ନିକଟରେ ଜଣେ ପରିବା ବ୍ୟବସାୟୀଙ୍କୁ ଗୁଳି କରି ଫେରାର ହୋଇ ଯାଇଛନ୍ତି ଦୁଇଜଣ ଦୁର୍ବୃତ୍ତ। ଦୁର୍ବୃତ୍ତଙ୍କ ଗୁଳିରେ ଢାୱା ଗ୍ରାମର ପରିବା ବ୍ୟବସାୟୀ ସମୀର କାଣ୍ଡି(୩୮) ଆହତ ହୋଇଛନ୍ତି। ସୂଚନା ପାଇ ନନ୍ଦନକାନନ ଥାନା ପୁଲିସ ତାଙ୍କୁ ଚିକିତ୍ସା ପାଇଁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ପଠାଇଛି। ଆଜି ସକାଳ ପ୍ରାୟ ଆଠଟା ବେଳେ ସମୀର ତାଙ୍କ ଭଣଜାକୁ ବସାଇ ବାରଙ୍ଗ ଷ୍ଟେସନ ବଜାରୁ ପରିବା କିଣିବାକୁ ଯିବା ବେଳେ ପଦାସାହି ଗ୍ରାମ ନିକଟ ରେଳଧାରଣା ପାର୍ଶ୍ବ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ଆସି ତାଙ୍କୁ ଗାଳି କରିଥିଲେ। ଜଣେ ଦୁର୍ବୃତ୍ତ ଗୁଳି କରିବା ପରେ ଉଭୟେ ଫେରାର ହୋଇଯାଇଥିଲେ। ନନ୍ଦନକାନନ ପୁଲିସ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe