ଟ୍ରେନ ଦ୍ବାର ନିକଟରେ ଜଗି ବସିଥିଲା ଯମ; ଖସି ପଡ଼ିବାରୁ ନେଲା ଯୁବକଙ୍କ ଜୀବନ

ଯାତ୍ରାର ମଜା ନେବା ପାଇଁ ଟ୍ରେନ ଦ୍ବାର ନିକଟରେ ଆସି ବସିଥିଲେ ଯୁବକ। ନିଦ ଲାଗିଯିବାରୁ ଭାରସାମ୍ୟ ହରାଇ ଟ୍ରେନରୁ ତଳକୁ ଗଲେ ପଡ଼ି। ଘଟଣାସ୍ଥଳରେ ଉଡ଼ିଗଲା ଯୁବକଙ୍କ ଜୀବନ।

ryutyoiy87oupuiytuଦ6io

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଫିରୋଜାବାଦର ନାଗଲା ଖାଙ୍ଗର ଥାନା ଅଞ୍ଚଳରେ ଟ୍ରେନରୁ ପଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତଦେହକୁ ପୁଲିସ ଘଟଣାସ୍ଥଳରୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମୃତ ଯୁବକଙ୍କ ନାମ ଉପେନ୍ଦ୍ର କୁମାର ଥିବା ଜଣାପଡ଼ିଛି।

ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ବିହାରର ଥାନା ମାନେରର ବାଲୁପୁର ଗ୍ରାମର ଉପେନ୍ଦ୍ର କୁମାର ତାଙ୍କ ଭାଇ ମୋନୁ କୁମାରଙ୍କ ସହିତ ୧୨୩୯୩ ସମ୍ପୂର୍ଣ୍ଣ କ୍ରାନ୍ତି ଏକ୍ସପ୍ରେସରେ ଯାତ୍ରା କରୁଥିଲେ। ଉଭୟ ଭାଇ ରାଜେନ୍ଦ୍ର ନଗରରୁ ହରିୟାଣାର ପାନିପତ ଯାଉଥିଲେ। 

ନୂଆଦିଲ୍ଲୀରେ ପହଞ୍ଚିବା ପରେ ଦୁଇଭାଇ ଅନ୍ୟ ଏକ ଟ୍ରେନ୍ ଧରି ଯାତ୍ରା ଆରମ୍ଭ କରିଥିଲେ। ସକାଳ ପ୍ରାୟ ସାଢ଼େ ୬ଟା ସମୟରେ ସମ୍ପୂର୍ଣ୍ଣ କ୍ରାନ୍ତି ଏକ୍ସପ୍ରେସ ଇଟାୱା ରେଳ ସେକ୍ସନ ବଲରାଇ-ଭାଦନ ରେଳ ଷ୍ଟେସନ ଦେଇ ଯାତ୍ରା କରୁଥିବା ବେଳେ ଉପେନ୍ଦ୍ର ଯାତ୍ରାର ମଜା ନେବା ପାଇଁ ଟ୍ରେନ ଦ୍ବାର ନିକଟରେ ଆସି ବସିଥିଲେ। ଏହି ସମୟରେ ତାଙ୍କୁ ଦିନ ହୋଇଯାଇଥିଲା ଫଳରେ ସେ ଭାରସାମ୍ୟ ହରାଇ ଟ୍ରେନରୁ ତଳକୁ ଖସିପଡ଼ିଲେ।

ଉପେନ୍ଦ୍ର ଟ୍ରେନରୁ ତଳକୁ ପଡ଼ିବା ମାତ୍ରେ ତାଙ୍କ ଭାଇ ମୋନୁ ସଙ୍ଗେସଙ୍ଗେ ଚେନ୍ ଟାଣି ଟ୍ରେନକୁ ଅଟକାଇଥିଲେ। ଲୋକୋ ପାଇଲଟ୍ ଘଟଣା ବିଷୟରେ ଟୁଣ୍ଡଲାର ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ ସୂଚନା ଦେଇଥିଲେ। ସୂଚନା ପାଇ ଆରପିଏଫ-ଜିଆରପି ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉପେନ୍ଦ୍ରଙ୍କ ଉଦ୍ଧାର କରିଥିଲେ। ‌ସେତେବେଳକୁ ଉପେନ୍ଦ୍ରଙ୍କ ମୃତ୍ୟୁ ହୋଇଯାଇଥିଲା। ଆରପିଏଫ-ଜିଆରପି ଦଳ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe