ବାଲେଶ୍ଵରରେ ଚାଞ୍ଚଲ୍ୟ: ପ୍ରଥମେ ଗୁଳିମାଡ଼, ତାପରେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

ବାଲେଶ୍ଵରରେ ଚାଞ୍ଚଲ୍ୟ: ପ୍ରଥମେ ଗୁଳିମାଡ଼, ତାପରେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ୟା

ବାଲେଶ୍ଵର: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ହତ୍ୟା ଘଟଣା ବାଲେଶ୍ଵରରେ ଚାଞ୍ଚଲ୍ୟ ଖେଳାଇଦେଇଛି। ଯୁବକଙ୍କୁ ପ୍ରଥମେ ଗୁଳିମାଡ଼, ତାପରେ ଭୁଜାଲିରେ ହାଣି ହତ୍ୟା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଜଗନ୍ନାଥ ପାଟଣା ଗାଁର ରବୀନ୍ଦ୍ର ମୋହନ ଦାସଙ୍କ ପୁଅ ବିନୋଦ(୩୪) ଏକ ବାଇକରେ ଜଣଙ୍କ ସହ ମେଡିସିନ ପାଇଁ ସଦର ଥାନା କୁରୁଡା ଛକକୁ ଆସୁଥିଲେ। ପୂର୍ବାହ୍ନ ପ୍ରାୟ ୯ ଟା ୩୦ ମିନିଟ୍ ସମୟରେ ୩/୪ ଜଣ ଯୁବକ ବିନୋଦଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ବିନୋଦ ତଳେ ପଡ଼ିଯିବା ପରେ ସେମାନେ ଭୁଜାଲିରେ ହାଣି ଫେରାର ହୋଇ ଯାଇଥିଲେ। ଘଟଣାସ୍ଥଳରେ ବିନୋଦଙ୍କ ମୃତ୍ୟୁ ହୋଇଥିଲା। ପୁଲିସ ଛନଭିନ୍ ଚଳାଇ ଥିଲେ ବି ଅଭିଯୁକ୍ତଙ୍କ ପତ୍ତା ମିଳି ପାରି ନାହିଁ। ତେବେ ବିନୋଦଙ୍କ ସାଙ୍ଗରେ ଥିବା ଯୁବକଙ୍କ ମୋବାଇଲ୍ ସୁଇସ୍ ଅଫ ରହିଛି। ଏ ନେଇ ପୁଲିସ ଅନୁସନ୍ଧାନ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe