Image Courtesy of The Free Press Journal
କୌଶାମ୍ବୀ: ଯମୁନା ନଦୀରୁ ଗୋଟାଏ ଡଲ୍ଫିନ୍ ଧରି ଖାଇଥିବା ଅଭିଯୋଗରେ ଉତ୍ତର ପ୍ରଦେଶ ରାଜ୍ୟର କୌଶାମ୍ବୀ ଜିଲ୍ଲାରେ ୪ଜଣ ମତ୍ସ୍ୟଜୀବୀଙ୍କ ନାମରେ ମାମଲା ରୁଜୁ କରାଯାଇଥିବା କଥା ସୋମବାର ଦିନ ପୁଲିସ କହିଛି।
ଡଲ୍ଫିନ୍ ଧରି ନେଉଥିବା ଦୃଶ୍ୟ ଥିବା ଭିଡିଓ ରବିବାର ଦିନ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ପୁଲିସ ଜଣେ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛି।
ପିପ୍ରି ‘ଏସ୍ଏଚ୍ଓ’ ଶ୍ରବଣ କୁମାର ସିଂହ କହିଛନ୍ତି, ସୋମବାର ଦିନ ଉପରୋକ୍ତ ଘଟଣା ସଂକ୍ରାନ୍ତରେ ଅଭିଯୋଗ ଦାଏର କରିଥିବା ଚୈଲ୍ ଫରେଷ୍ଟ୍ ରେଞ୍ଜର୍ ରବୀନ୍ଦ୍ର କୁମାର ଲେଖଛନ୍ତି ଯେ, ଜୁଲାଇ ୨୨ ତାରିଖ ସକାଳେ ଯମୁନା ନଦୀରେ ନାସୀରପୁର ଗାଁର ୪ଜଣ ମତ୍ସ୍ୟଜୀବୀ ମାଛ ଧରୁଥିବା ବେଳେ ଜାଲରେ ଗୋଟାଏ ଡଲ୍ଫିନ୍ ପଡ଼ିଯାଇଥିଲା।
Image Grabbed From Videoସେମାନେ ନଈରୁ ସେ ଡଲ୍ଫିନ୍କୁ ଉଠାଇ କାନ୍ଧରେ ପକାଇ ଗୋଟାଏ ଘରକୁ ନେଇଯାଇଥିଲେ। ତା’ପରେ ସେଠାରେ ତାକୁ ରାନ୍ଧି ଖାଇଥିଲେ ବୋଲି ସିଂହ କହିଛନ୍ତି।
ସିଂହ ପୁଣି ମଧ୍ୟ କହିଛନ୍ତି, ଅଭିଯୋଗରେ ଫରେଷ୍ଟ୍ ରେଞ୍ଜର୍ ଏ କଥା ବି ଉଲ୍ଲେଖ କରିଛନ୍ତି ଯେ, ମତ୍ସ୍ୟଜୀବୀମାନେ ଡଲ୍ଫିନ୍ଟିକୁ ନେଇ ଯାଉଥିବା ବେଳେ କେତେକ ବାଟୋଇ ଭିଡିଓ ଉତ୍ତୋଳନ କରିଥିଲେ।
ରେଞ୍ଜର୍ଙ୍କ ଅଭିଯୋଗକୁ ଭିତ୍ତି କରି ‘ୱାଇଲ୍ଡ୍ ଲାଇଫ୍ ଆକ୍ଟ୍ (୧୯୭୨) ଅନୁଯାୟୀ ରଣଜୀତ କୁମାର, ସଞ୍ଜୟ, ଦୀୱାନ ଏବଂ ବାବାଙ୍କ ନାମରେ ମାମଲା ରୁଜୁ କରାଯାଇଥିବା ବେଳେ ରଣଜୀତ କୁମାରଙ୍କୁ ଗିରଫ କରାଯାଇ ପଚରା ଉଚରା କରାଯାଉଛି। ବାକି ଅଭିଯୁକ୍ତମାନଙ୍କୁ ଧରିବା ଲାଗି ଉଦ୍ୟମ ଚାଲିଥିବା କଥା ପୁଲିସ କହିଛି।
Follow Us