୮ ଅନ୍ତଃରାଜ୍ୟ ଚାଲାଣକାରୀ ଗିରଫ

Advertisment

୧୨୦ କେଜି ଗଞ୍ଜେଇ ଜବତ

୧୨୦ କେଜି ଗଞ୍ଜେଇ ଜବତ

୮ ଅନ୍ତଃରାଜ୍ୟ ଚାଲାଣକାରୀ ଗିରଫ

ଭୁବନେଶ୍ୱର : ଗୁରୁବାର ଭୋର ସମୟରେ ରାଜସ୍ୱ ଗୁଇନ୍ଦା ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଭୁବନେଶ୍ୱରରୁ କୋଲକାତା ଚାଲାଣ ହେଉଥିବା ୧୨୦ କେଜି ଗଞ୍ଜେଇ ଜବତ ହେବା ସହ ଆଠ ଜଣକୁ ଗିରଫ କରାଯାଇଛି। ଏକ ହୋଣ୍ଡାସିଟି କାର୍‌ରେ ଗଞ୍ଜେଇ ଯାଉଥିବା ସମୟରେ ଖଡ଼ଗପୁର ଧବଳାଗନଡ଼ ଅଞ୍ଚଳରୁ ତାଙ୍କୁ ଗିରଫ କରାଯାଇଛି। ଆଠ ଜଣଙ୍କ ମଧ୍ୟରେ ଦୁଇ ଜଣ ମାଷ୍ଟରମାଇଣ୍ଡ ରହିଛନ୍ତି। ସେମାନେ ହେଲେ ପ୍ରସନ୍ନଜିତ ଦେବନାଥ ଓରଫ ଜୟଗୁରୁ ଓ ପରେଶ ମଣ୍ଡଳ। ଏହି ଦୁଇ ଜଣ ବାହାର ରାଜ୍ୟରୁ ଗଞ୍ଜେଇ ଆଣି ଓଡ଼ିଶାରେ ବିକ୍ରି କରିଥାନ୍ତି ବୋଲି ସୂଚନା ମିଳିଛି। ଏମାନଙ୍କ ବ୍ୟତୀତ ଏହି ଗ୍ୟାଙ୍ଗର ମନୀଷ ମଜୁମଦାର, ସୁକାନ୍ତ ସାହୁ, ପ୍ରସନ୍ନ ପରିଡ଼ା, ରାକେଶ ତରଫଦାର, ଶୁକଦେବ ମଜୁମଦାର, ପ୍ରସନ୍ନଜିତ କହଁରକୁ ଅବକାରୀ ବିଭାଗ ଗିରଫ କରିଛି। ଗୁରୁବାର ଦିନ ଭୋର ସମୟରେ ଗୋଟିଏ ଗାଡ଼ିରେ ଗଞ୍ଜେଇ ଯାଉଥିବା ସମୟରେ ଅନ୍ୟ ଏକ ଗାଡ଼ିରେ ଏହି ଗ୍ୟାଙ୍ଗର ସଦସ୍ୟମାନେ ଯାଉଥିଲେ। ଏହି ସମୟରେ ଆଗରୁ ସଜାଗ ହୋଇରହିଥିବା ଗୁଇନ୍ଦା ବିଭାଗର ଅଧିକାରୀମାନେ ହଠାତ ଚଢ଼ଉ କରି ଏକ ହେଣ୍ଡାସିଟି କାର୍‌ ସହ ଏକ ଟାଭେରାକୁ ମଧ୍ୟ ଜବତ କରିଥିଲେ।

ପୂର୍ବରୁ ଏହି ଚାଲାଣକାରୀମାନଙ୍କଠାରୁ ଅଧିକାରୀମାନେ ୧୮୦ କେଜି ଓ ୨୦୦ କେଜି ଗଞ୍ଜେଇ ଜବତ କରିଥିବା ବେଳେ ମୁଖ୍ୟ ମାଷ୍ଟରମାଇଣ୍ଡ ବୋଲାଉଥିବା ଜୟଗୁରୁ ଓ ପରେଶ ଫେରାର ହୋଇଯାଇଥିଲେ। କୌଣସି ଏକ ସୂତ୍ରରୁ ଖବର ପାଇ ଗତ ଗୁରୁବାର ଦିନ ଗୁଇନ୍ଦା ବିଭାଗ ଅଚାନକ ଚଢ଼ଉ କରି ମୁଖ୍ୟ ଅଭିଯୁକ୍ତ ସହ ଗଞ୍ଜେଇ ଜବତ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe