ରାଉରକେଲା: ଡକାୟତି ପାଇଁ ଯୋଜନା କରୁଥିଲେ ୫ ଡକାୟତ। ପାଖରେ ଥିଲା ଭୁଜାଲି, ଛୁରୀ ଓ ଳୁହାରଡ୍‌। ତେବେ ଏହି ଯୋଜନାକୁ ବିଫଳ କରିଦେଇଛି ପ୍ଲାଣ୍ଟ୍‌ସାଇଟ୍‌ ପୁଲିସ। ସମସ୍ତ ୫ ଜଣ ଡକାୟତଙ୍କୁ ଗିରଫକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ପୁରୁଣା ଷ୍ଟେସନ ରୋଡ୍‌ ନେତାଜୀ ମାର୍ଗ୍‌ ଅଞ୍ଚଳର ମହମ୍ମଦ ସୈଫ୍‌ ଓରଫ୍‌ ବୁଦିନ (୨୩), ବାସନ୍ତୀକଲୋନି ନାଗିରା ଖଟାଲର ଓମ୍‌ ଗୌଡ଼ (୨୩), ଗୋପବନ୍ଧୁପାଲିର ପ୍ରିନ୍ସ ରାଓ ଓରଫ୍‌ ପିଞ୍ଚୁ (୧୯), ରୋଶନ ସିଂହ (୨୦) ଓ ପ୍ଲାଣ୍ଟ୍‌ସାଇଟ୍‌ ରୋଡ୍‌ ନିବାସୀ ସୂରଜ ପାତ୍ର (୨୫)। ସେମାନଙ୍କ ପାଖରୁ ଗୋଟିଏ ଭୁଜାଲି, ୨ଟି ଛୁରୀ ଓ ୨ଟି ଲୁହା ରଡ୍‌ ଜବତ ହୋଇଛି।

Advertisment

ପେଟ୍ରୋଲ ପମ୍ପ ଲୁଟ୍‌ ପାଇଁ ଯୋଜନା

ପୁଲିସ ସୂଚନା ଅନୁସାରେ, ଶନିବାର ରାତିରେ ଅଭିଯୁକ୍ତମାନେ ସ୍ଥାନୀୟ ଗଣେଶ ଛକ ନିକଟରେ ଜମା ହୋଇଥିଲେ। ସେମାନେ ଅଖାପାଖ ଅଞ୍ଚଳ ତଥା ପେଟ୍ରୋଲ ପମ୍ପ୍‌ରେ ସଶସ୍ତ୍ର ଡାୟତି ପାଇଁ ସ୍ଥିର କରିଥିଲେ। ଏହିସମୟରେ ପାଟ୍ରୋଲିଂ କରୁଥିବା ପ୍ଲାଣ୍ଟ୍‌ସାଇଟ ପୁଲିସ ନଜରରେ ପଡ଼ିଯାଇଥିଲେ। ପୁଲିସ ସଦଳବଳ ଘଟଣାସ୍ଥଳରେ ଅତର୍କିତ ଚଢଉକରି ସମସ୍ତଙ୍କୁ କାବୁ କରିନେଇଥିଲା। 

ଆହୁରି ପଢ଼ନ୍ତୁ: Bangladesh : ଶେଖ ହସିନାଙ୍କୁ କ୍ଷମତାଚ୍ୟୁତ କରିବା ପଛରେ କ୍ଲିଣ୍ଟନ !

ଅପରାଧୀଙ୍କ ନାମରେ ଏକାଧିକ ମାମଲା

ଉଲ୍ଲେଖଯୋଗ୍ୟ, ଅଭିଯୁକ୍ତ ସୂରଜ ନାଁରେ ୮ଟି ଅପରାଧିକ ମାମଲା ରହିଛି। ଟାଙ୍ଗରପାଲି ଥାନାରେ ୩ଟି ମାମଲା ଥିବାବେଳେ ଉଦିତନଗର, ପ୍ଲାଣ୍ଟ୍‌ସାଇଟ୍‌ ଓ ୨ଟି ଏବଂ ଚାନ୍ଦିପୋଷ ଥାନାରେ ଗୋଟିଏ ମାମଲା ରହିଛି। ଅନ୍ୟତମ ଅଭିଯୁକ୍ତ ପ୍ରିନ୍ସ ନାଁରେ ୪ଟି ମାମଲା (ରେଳବାଇ ଥାନା ୨, ପ୍ଲାଣ୍ଟ୍‌ସାଇଟ ଥାନା ୨), ରୋଶନ ନାଁରେ ୨ (ପ୍ଲାଣ୍ଟ୍‌ସାଇଟ୍‌ ଥାନା) ଟି ମାମଲା ରହିଛି।

ଆହୁରି ପଢ଼ନ୍ତୁ: Nuapada Election: ପୂର୍ବରୁ ସରକାର, ଏବେ ପ୍ରାର୍ଥୀ ଚୋରି ହୋଇଛି: ଅଖିଳେଶ