ବୈଶିଙ୍ଗା (ଦୀପକ କୁମାର ସିଂହ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅର୍ନ୍ତଗତ ବଡ଼ ଗୋପାଳପୁର ଗ୍ରାମରେ ଥିବା ଏକ ଫାର୍ମ ହାଉସରୁ ମାଛ ଦାନା ଓ ଧାନ ଚୋରି ଘଟଣାରେ ତଦନ୍ତ ପୂର୍ବକ ଶୁକ୍ରବାର ବିଳମ୍ବିତ ରାତିରେ ବୈଶିଙ୍ଗା ପାଖାପାଖି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ଜଣ କୁଖ୍ୟାତ ଚୋରଙ୍କୁ ଗିରଫ କରିଛି। ଚଢ଼ଉ ବେଳେ ଅଳ୍ପକେ ଖସିଗଲା ଚୋରଙ୍କ ସର୍ଦାରl। ଗିରଫ ଅଭିଯୁକ୍ତମାନେ ହେଲେ ବୈଶିଙ୍ଗା ଥାନା ଅଧୀନ ପାଇକ ଯୁଗୁପୁରା ଗ୍ରାମର ରିଙ୍କୁ ଓରଫ ଅଙ୍କିତ ଖଟୁଆ (୨୪), ରାଜା ଓରଫ ଅମିତାଂଶୁ ଖଟୁଆ (୨୭), କଦଳିଆ ଗ୍ରାମର ବାବୁଲା ଓରଫ ମନୋଜ କୁମାର ମହାନ୍ତ (୨୦), ମଛପଦା ଗ୍ରାମର ବାପୁନୁ ଓରଫ ସମିର କୁମାର ଦାସ (୨୩) ଏବଂ ସିଖରଖୁଣ୍ଟା ଗ୍ରାମର ଦିଲ୍ଲୀପ ମହାନ୍ତ (୨୮)।
ସୂଚନା ଅନୁଯାଇ ଗିରିଶ ଚନ୍ଦ୍ର ବରଜଙ୍କ ପୁଅ ଦିନେଶ କୁମାର ବରଜ ବଡ଼ ଗୋପାଳପୁର ଗ୍ରାମରେ ଏକ ଫାର୍ମ ହାଉସ ସ୍ଥାପନ କରି ସେଠାରେ ମାଛ ଚାଷ ସହିତ ବିଭିନ୍ନ ପ୍ରକାରର ପନିପରିବା ଚାଷ କରିଛନ୍ତି। କିଛି ମାସ ପୂର୍ବରୁ ସେ ନ ଥିବା ଅବସ୍ଥାରେ କେତେ ଜଣ ଦୁର୍ବୃତ୍ତ ଫାର୍ମ ହାଉସ ପଶି ପାଖାପାଖି ୧ ଲକ୍ଷ ଟଙ୍କାର ମାଛ ଚୋରି କରି ନେଇଥିଲେ। ମାତ୍ର ସେ ଏ ନେଇ ବୈଶିଙ୍ଗା ଥାନାରେ କୌଣସି ଅଭିଯୋଗ ହୋଇ ନଥିଲା।
ଆହୁରି ପଢ଼ନ୍ତୁ: Protest: ଇରାନ-ଇସ୍ରାଏଲ ଯୁଦ୍ଧ: କାଶ୍ମୀରରେ ପ୍ରତିବାଦର ନିଆଁ
ତେବେ ଶନିବାର ଅପରାହ୍ନ ସମୟରେ ଗିରଫ ସମସ୍ତ ୫ଜଣ ଅଭିଯୁକ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାଯାଇଛି। ସେମାନଙ୍କ ନିକଟରୁ ୮ ବସ୍ତା ଧାନ ଓ ୮ବସ୍ତା ମାଛଦାନା, ୩ଟି ବାଇକ,ଓଡି ୦୧ଏଜି ୦୧୬୬ ନମ୍ବର ବିଶିଷ୍ଟ ଗୋଟିଏ ଟାଟା ଏସ୍ ଭ୍ୟାନ୍ ଓ ଓଡି ୦୧ବିଏ ୫୦୬୮ ନମ୍ବର ବିଶିଷ୍ଟ ଗୋଟିଏ ହୁଣ୍ଡାଇ ଭର୍ନା କାର ଜବତ କରିଛି ବୈଶିଙ୍ଗା ପୁଲିସ।
Follow Us