ଦିଲ୍ଲୀରେ ପୁଣି ଗଣ ଆତ୍ମହତ୍ୟା ! ୩ ପିଲାଙ୍କ ସମେତ ଘର ଭିତରୁ ଗୋଟିଏ ପରିବାରର ୫ ଜଣଙ୍କ ମୃତଶରୀର ଉଦ୍ଧାର

Advertisment
ଗୋଟେ ପିସ୍ତଲରୁ ପାଞ୍ଚ ପ୍ରକାରର ଗୁଳି ! ହତ୍ୟାକାରୀ ଚିହ୍ନଟ କରିବାକୁ ପୁଲିସକୁ ଲାଗିଲା ୪ ବର୍ଷ, ଅ‌ାଶ୍ଚର୍ଯ୍ୟ ହୋଇଗଲେ ଅସ୍ତ୍ର ବିଶାରଦ

Times Now

ନୂୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଗୋଟାଏ ପରିବାରର ୫ ଜଣ ସଦସ୍ୟଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଥିବା ଜଣାପଡ଼ିଛି। ଭଜନପୁରାର ଏକ ଘର ଭିତରୁ ଏହି ୫ ଜଣଙ୍କ ମୃତଶରୀର ମିଳିଛି। ବୁଧବାର ପୁଲିସ୍‌ ମୃତକଙ୍କ ବାସଭବନରୁ ସେମାନଙ୍କ ମରଶରୀର ଉଦ୍ଧାର କରିଛି। ସମସ୍ତେ ଆତ୍ମହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।  ବୁଧବାର ଦିନ ପ୍ରାୟ ୧୧.୩୦ ସମୟରେ ଭଜନପୁରାର କିଛି ବାସିନ୍ଦା ଏକ ଘର ଭିତରୁ ପଚା ଗନ୍ଧ ଆସୁଥିବା ପୁଲିସକୁ ଜଣାଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ଘର ଭିତରୁ ପଚି ଯାଇଥିବା ମୃଦଦେହ ଉଦ୍ଧାର କରିଥିଲା।

ପୁଲିସ୍‌ ଘଟଣାର ତଦନ୍ତ କରି ଜାଣିବାକୁ ପାଇଛି ଯେ ମୃତକମାନେ ହେଉଛନ୍ତି ପତି-ପତ୍ନୀ ଓ ସେମାନଙ୍କର ୩ ସନ୍ତାନ । ମୃତକ ଶମ୍ଭୁ କୁମାର ହେଉଛନ୍ତି ଜଣେ ଅଟୋ ଚାଳକ ଓ ତାଙ୍କ ପତ୍ନୀଙ୍କ ନାମ ସୁନିତା। ସେମାନଙ୍କର ୧୨ ବର୍ଷ, ୧୬ ବର୍ଷ ଓ ୧୮ ବର୍ଷ ବୟସର ୩ ପିଲାଙ୍କର ମୃଦଦେହ ମଧ୍ୟ ଉଦ୍ଧାର ହୋଇଛି।

ଶମ୍ବୁଙ୍କ ସହ ତାଙ୍କ ପତ୍ନୀ ଓ ୩ ପିଲାଙ୍କ ମୃତଦେହ ତାଙ୍କ ଘରୁ ପୁଲିସ୍‌ ଉଦ୍ଧାର କରିବା ପରେ ସେମାନଙ୍କର ମୃତ୍ୟୁ ୪ ଦିନ ତଳୁ ଘଟିଛି ବୋଲି ସୂଚନା ଦେଇଛି। ମୃତ୍ୟୁ ପରେ ତାଙ୍କ ଘରେ କେହି ନ ଥିବା କାରଣରୁ ଏତେ ଦିନ ଧରି ମୃତ ଶରୀର ତାଙ୍କ ଘର ଚଟାଣରେ ପଡ଼ି ରହିଥିଲା।

ଆଜି ସକାଳ ପ୍ରାୟ୧୧.୩୦ ସମୟରେ ପୁଲିସ୍‌ ସେମାନଙ୍କ ମୃତଶରୀର ଉଦ୍ଧାର କରିଛି।  ପୁଲିସ୍‌ ମୃତଶରୀରକୁ ଉଦ୍ଧାର କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ, ଏପରି ଅଘଟଣ କିପରି ଘଟିଛି ତାହା ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। ଘଟଣାସ୍ଥଳରୁ କୌଣସି ସୁଇସାଇଡ୍‌ ନୋଟ୍‌ ମିଳିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe