ମାଲକାନଗିରି: ବିନା ପରିଶ୍ରମରେ ଟଙ୍କା‌ ରୋଜଗାର କରିବା ପାଇଁ ଆଜିକାଲିର ଯୁବପିଢ଼ି ଅଧିକ ଉଦ୍ୟମ କରଛନ୍ତି। ଖୁବ କମ୍‌ ସମୟ ମଧ୍ୟରେ ପ୍ରବଳ ଟଙ୍କା ରୋଜଗାର କରିବାକୁ ଲାଳସା ରଖୁଛନ୍ତି। ଏଥି ପାଇଁ କଳା ଧନ୍ଦା ଆପଣାଉଛନ୍ତି। ଦେହ ‌ବ୍ୟାପାର ଭଳି ହୀନ କାମ କରିବାକୁ ପଛାଉ ନାହାନ୍ତି। ବଡ଼ବଡ଼ ସହରରେ ଏହିଭଳି ଘୃଣ୍ୟ କାମ ହେଉଛି, ତାହା ନୁହେଁର୍ ବରଂ ଛୋଟ ସହରରେ ମଧ୍ୟ ଏହି ଭଳି ଘଟଣା ଦେଖିବାକୁ ମିଳୁଛି। ମାଲକାନଗିରି ଭଳି ଉପାନ୍ତ ଜିଲ୍ଲାରେ ମଧ୍ୟ ଦେହ ବ୍ୟାପାର ଚାଲୁଛି, ଯାହା ବୁଦ୍ଧିଜୀବୀଙ୍କୁ ବିସ୍ମିତ କରୁଛି। ଗତକାଲି ଏହିଭଳି ଖରାପ କାମ ଚାଲିଥିବା ବେଳେ ମାଲକାନଗିରି ପୁଲିସ ଅତର୍କିତ ଚଢ଼ଉ କରି ରାକେଟ୍‌ର ପର୍ଦ୍ଦାଫାସ କରିଛି। 

Advertisment

ସୂଚନା ଆଧାରରେ ଚଢ଼ଉ

ପୁଲିସ କହିଛି, ଦେହ ବ୍ୟାପାର ଚାଲିଥିବା ବେଳେ ଚଢ଼ାଉ କରାଯାଇଥିଲା। ଅଭିଯୁକ୍ତ ମହିଳା ଏବଂ ସନ୍ତୋଷ କୁମାର ସ୍ୱାଇଁ ହିଁ ମୁଖ୍ୟ ଅଟନ୍ତି ବୋଲି କହିଛି। ଏହି ଦୁଇ ଜଣଙ୍କ ନାମରେ ପୂର୍ବରୁ ଅପରାଧିକ ମାମଲା ରହିଥିବା ଜଣାପଡିଛି। ଏହି ଦମ୍ପତି ଯୌନ ବ୍ୟବସାୟ କରି ନିଜର ଜୀବିକା ନିର୍ବାହ କରୁଥିଲେ। ସେମାନେ ଓଡ଼ିଶା ଏବଂ ବଙ୍ଗଳାର ବିଭିନ୍ନ ସ୍ଥାନରୁ ଝିଅମାନଙ୍କୁ ଆଣି ବେଶ୍ୟାଳୟର ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ପାଇଁ ଏକ ଭଡ଼ା ଘରେ ରଖି ଯୌନ ବ୍ୟବସାୟ କରୁଥିଲେ। ଶିକ୍ଷାନୁଷ୍ଠାନ ଏବଂ ମନ୍ଦିର ନିକଟବର୍ତ୍ତୀ ଏକ ଜନବହୁଳ ସ୍ଥାନରେ ମହିଳାମାନଙ୍କୁ ନେଇ ଦେହ ବ୍ୟବସାୟ କରାଯାଉଥିଲା। 

ଆହୁରି ପଢ଼ନ୍ତୁ: Attack On Bull: ମରିଗଲା ମାନବିକତା: ବ୍ରେଡ୍‌ ଖାଇଲା ବୁଲା ଷଣ୍ଢ, ଛୁରୀ ଭୁସିଲା ଦୋକାନୀ

ଆପତ୍ତିଜନକ ସାମଗ୍ରୀ ଜବତ

ଅଭିଯୁକ୍ତ ମହିଳା ଏବଂ ତାଙ୍କ ସ୍ବାମୀ ସନ୍ତୋଷ କୁମାର ସ୍ୱାଇଁ ମାଲକାନଗିରିର ଘର ମାଲିକ ଧନେଶ୍ୱର ସାହୁଙ୍କ ଜ୍ଞାତସାରରେ ସ୍ପଟ୍ ହାଉସରେ ସେକ୍ସ ରାକେଟ ପରିଚାଳନା କରୁଥିଲେ। ମାଲିକ ଧନେଶ୍ୱର ସାହୁ ଅଭିଯୁକ୍ତମାନଙ୍କୁ ବେଶ୍ୟାବୃତ୍ତି ଚଳାଇବାକୁ ସାହାଯ୍ୟ କରୁଥିଲେ। ଯାହା ସମାଜ ଉପରେ ଖରାପ ପ୍ରଭାବ ପକାଉଠିଲା ଏବଂ ଯୁବକମାନଙ୍କୁ ଭୁଲ ଦିଗରେ ନେଉଥିଲା। ଗତକାଲି ବିଶ୍ୱସ୍ତ ସୂଚନା ଆଧାରରେ ଇନ୍ସପେକ୍ଟର ଦୀପିକା ମଲ୍ଲିକ ପାଟ୍ରୋଲିଂ କରୁଥିବା ସମୟରେ ଅଭିଯୁକ୍ତ ମହିଳା ଏବଂ ସନ୍ତୋଷ କୁମାର ସ୍ୱାଇଁଙ୍କ ଭଡା ଘରେ ଚଢାଉ କରିଥିଲେ। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମହିଳା, ଭଦ୍ରକର ସଂନ୍ତୋଷ କୁମାର ସ୍ୱାଇଁ(୩୭), ସୁକମାର ରାହୁଲ ନିତମ (୨୫), ଏମଭି-୧୧ର ନିପୁନ ଢାଲି (୨୫) ଏବଂ ଘର ମାଲିକ ଧନେଶ୍ୱର ସାହୁ(୫୭)। ଘଟଣାସ୍ଥଳରୁ ବ୍ୟବହୃତ କଣ୍ଡୋମ, ଅବ୍ୟବହୃତ କଣ୍ଡୋମ, ଖାଲି ମଦ ବୋତଲ, ନଗଦ ଟଙ୍କା ଏବଂ ମୋବାଇଲ ଫୋନ୍ ଭଳି ବର୍ଦ୍ଧିତ ସାମଗ୍ରୀ ଜବତ କରାଯାଇଥିବା ଆଇଆଇସି ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: Ganja Seized: ଚାଳାଣ ପୂର୍ବରୁ ମାଲକାନଗିରରେ ୬୦କିଲୋ ତରଳ ଗଂଜେଇ ଜବତ 

ରିପୋର୍ଟ: ପ୍ରେମେନ୍ଦ୍ର ପରିଚ୍ଛା