ମାଲକାନଗିରି (ପ୍ରେମେନ୍ଦ୍ର ପରିଚ୍ଛା): ମାଲକାନଗିରି ପୁଲିସ ଏକ ଭିନ୍ନ ଢଙ୍ଗରେ ଚୋରା ଚଲାଣ ହେଉଥିବା ତରଳ ଗଂଜେଇ ଚାଲାଣକୁ ପଣ୍ଡ କରିଛି। ଟଲିଉଡ ଚଳଚ୍ଚିତ୍ର 'ଘାଟି' ଚଳଚିତ୍ରରେ ଯେଉଁ ଭଳି ଗଂଜେଇ ବିଦେଶକୁ ଚାଲାଣ କରାଯାଉଥିବା ଦୃଶ୍ୟ ସିଲଭର ସ୍କ୍ରିନରେ ଦର୍ଶାଯାଇଛି, ଏଠାରେ ସମାନ ପ୍ରକାରର ବିଦ୍ୟାକୁ ଅନୁସରଣ କରାଯାଇଛି। ମାଲକାନଗିରି ପୁଲିସ ୬୦ କିଲୋ ଓଜନର ତରଳ ଗଂଜେଇ ଜବତ କରିଛି, ଯାହାର ମୂଲ୍ୟ ୮ କୋଟି ଟଙ୍କା ହେବ।
ମାଲକାନଗିରିରେ ତରଳ ଗଂଜେଇ ପ୍ରସ୍ତୁତି
ଚିତ୍ରକୋଣ୍ଡା ଆଞ୍ଚଳରୁ ତରଳ ଗଂଜେଇ ଚାଲାଣ କରାଯାଉଥିଲା। ବିଶେଷ ସୂତ୍ରରୁ ପୁଲିସ ଖବର ପାଇଥିଲା ଯେ ୮ ଜଣ ସନ୍ଦିଗ୍ଧ ବ୍ୟକ୍ତି ଏସାର ଛକ ନିକଟରେ ଏକତ୍ରିତ ହୋଇଛନ୍ତି। ପୁଲିସ ତୁରନ୍ତ ସେହି ସ୍ଥାନରେ ପହଂଚିବା ପରେ ସନ୍ଧିଗ୍ଧ ବ୍ୟକ୍ତିମାନେ ଛତ୍ର ଭଙ୍ଗ ଦେଇଥିଲେ। ପୁଲିସ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ। ଜଂଗଲ ଅଂଚଳ ଥିବାରୁ ଜଂଗଲରେ ସନ୍ଦିଗ୍ଧ ବ୍ୟକ୍ତିମାନେ ଖସି ପଳାଇବାରେ ସଫଳ ହୋଇଥିବା ପୁଲିସ କହିଛି। କିନ୍ତୁ ସେହି ଅଂଚଳରେ ଯାଞ୍ଚ କରିବା ପରେ ୮ଟି ବାଇକ ସାଇକେଲ ଏବଂ ୬୦ କେଜି ଗଂଜେଇ ତେଲ ଜବତ କରିଛି ପୁଲିସ।
ଆହୁରି ପଢ଼ନ୍ତୁ: Attack On Bull: ମରିଗଲା ମାନବିକତା: ବ୍ରେଡ୍ ଖାଇଲା ବୁଲା ଷଣ୍ଢ, ଛୁରୀ ଭୁସିଲା ଦୋକାନୀ
ଖସିଗଲେ ଚାଲାଣକାରୀ
ଏହି ଗଂଜେଇ ତେଲରେ ମୂଲ୍ୟ ୮ କୋଟି ଟଙ୍କା ହେବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଏସପି ବିନୋ ପାଟିଲ ଏଚ୍ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣା ଓଡ଼ିଶାରେ ପ୍ରଥମ ହୋଇଥିବା ବେଳେ ଏହା ପୁଲିସ ପାଇଁ ଚେଲେଞ୍ଜ ସୃଷ୍ଟି କରିଛିl ପୂର୍ବରୁ ଏଭଳି ଗଂଜେଇ ଚାଲାଣ ହେଉଥିଲେ ମଧ୍ୟ ପୁଲିସ ଟେର ପାଇପାରୁନଥିଲା। ଏଭଳି ତରଳ ଗଂଜେଇ କେଉଁଠାରେ ପ୍ରସ୍ତୁତ କରାଯାଉଛି ତାକୁ ନେଇ ପୁଲିସ ଜୋରଦାର ତଦନ୍ତ କରିବ ବୋଲି କହିଛି।
ଆହୁରି ପଢ଼ନ୍ତୁ: ICC Womens World Cup 2025 : ଦକ୍ଷିଣ ଆଫ୍ରିକା ଆଗରେ ୨୯୯ ରନର ଲକ୍ଷ୍ୟ ରଖିଲା ଭାରତ
ଦୁର୍ଗମ ଅଞ୍ଚଳରେ ପ୍ରସ୍ତୁତ ସନ୍ଦେହ
ଏହି ତରଳ ଗଂଜେଇ ମାର୍କେଟରେ ଅଧିକ ଦାମ ରହିଥିବାରୁ ଏହାକୁ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଂଚଳରେ ପ୍ରସ୍ତୁତ କରାଯାଉଥିବା ଅନୁମାନ କରାଯାଏ। ଏହି ଗଂଜେଇ ଚାଲାଣର କିଙ୍ଗପିନ ଧରାପଡିଲେ ଏହି ଗଂଜେଇ ତେଲର ପର୍ଦାଫାସ ହୋଇପାରିବ ବୋଲି କୁହାଯାଇଛି। ର୍ଏଥିନେଇ ଚିତ୍ରକୋଣ୍ଡା ଥାନାରେ କେଶ ନମ୍ବର ୨୧୩/୨୦୨୫ ୟୁ/ଏସ ୨୦(ବି), (୨) (ସି) / ୨୫/୨୯ ଏନଡିପିଏ ଧାରାରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବା ଏସପି ଶ୍ରୀ ପାଟିଲ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ରଶ୍ମି ରଂଜନ ସେନାପତି,ବାଲିମେଳା ଏସଡିପିଓ ପ୍ରୋଦଶ ପ୍ରଧାନ,ଚିତ୍ରକୋଣ୍ଡା ଆଇଆଇସି ଓ ନାରାୟଣ ଖଣ୍ଡାଇ ପ୍ରମୁଖ ଉପସ୍ଥିତଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/11/02/ganja-2025-11-02-20-20-43.jpg)