ନଭି ମୁମ୍ବାଇ :  ନଭି ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ଷ୍ଟାଡିୟମଠାରେ ରବିବାର ଖେଳାଯାଉଥିବା ମହିଳା ଦିନିକିଆ ବିଶ୍ବକପ(ICC Womens World Cup ) ରେ ଦକ୍ଷିଣ ଆଫ୍ରିକା ଆଗରେ ୨୯୯ ରନର ଲକ୍ଷ୍ୟ ରଖିଛି ଭାରତ ।

Advertisment

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ଓ୍ବିକେଟରେ ୧୦୪ ରନ କରି ଏକ ଭଲ ମୂଳଦୁଆ ସ୍ଥାପନ କରିଥିଲେ । ସ୍ମୃତି ୪୫ ରନ କରିଥିବାବେଳେ ଶେଫାଳି ୮୭ ରନ କରିଥିଲେ । ତେବେ ସେମିଫାଇନାଲରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଜେମିମା ଆଜି ମାତ୍ର ୨୪ ରନ କରି ପାଭିଲିୟନ ଫେରିଥିଲେ । ତେବେ ମଧ୍ୟକ୍ରମରେ ଦିପ୍ତି ଶର୍ମା ୫୮ ରନର ଏକ ଭଲ ଇନିଂସ ଖେଳିଥିଲେ । ଅଧିନାୟିକା ହରମନପ୍ରିତ କୌର ୨୦ ରନ ଓ ରିଚା ଘୋଷ ୩୪ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୯୮ ରନ କରିଥିଲା । ବର୍ଷା ଯୋଗୁଁ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଥିଲେ ବି ଓଭର କଟାଯାଇନଥିଲା । 

ଦକ୍ଷିଣ ଆଫ୍ରିକା ପକ୍ଷରୁ ଆୟୋବୋଙ୍ଗା ଖାକା ୩ଟି ଓ୍ବିକେଟ ନେଇଥିଲେ । ସେହିପରି ନନ୍କୁଲୁଲେକୋ ମ୍ଲାବା, ନାଡାଇନ ଡିକ୍ଲର୍କ, ଛ୍ଲୋଏ ଟ୍ରାୟନ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଆହୁରି ପଢନ୍ତୁ : India vs Australia 3rd T-20: ଅଷ୍ଟ୍ରେଲିଆକୁ ୫ ଓ୍ବିକେଟରେ ହରାଇଲା ଭାରତ

ଆହୁରି ପଢନ୍ତୁ : OPERATION SINDOOR : ଆକ୍ରମଣ ପାକିସ୍ତାନ ଉପରେ କରାଯାଇଥିଲା, ନିଦ କଂଗ୍ରେସର ହଜିଯାଇଥିଲା : ମୋଦୀ