ହୋବାର୍ଟ : ଭାରତ-ଅଷ୍ଟ୍ରେଲିଆ (India vs Australia) ୩ୟ ଟି-୨୦ରେ ୫ ୱିକେଟରେ ବିଜୟ ହାସଲ କରିଛି ଟିମ-ଇଣ୍ଡିଆ । ଏହା ସହିତ ଏହି ସିରଜ ଏବେ ୧-୧ରେ ବରାବର ହୋଇଯାଇଛି ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୧୮୬ ରନ କରିଥିଲା । ଦଳ ପକ୍ଷରୁ ଟିମ ଡେଭିଡ୍ ୭୪ ରନ କରିଥିବାବେଳେ ମାର୍କସ ଷ୍ଟୋଇନିସ୍ ୬୪ ଓ ମାଥ୍ୟୁ ସର୍ଟ ୨୬ରନ କରିଥିଲେ । ଭାରତ ପକ୍ଷରୁ ଅର୍ଶଦୀର ସିଂ ୩ଟି ଓ ବରୁଣ ଚକ୍ରବର୍ତ୍ତି ୨ଟି ଓ୍ବିକେଟ ନେଇଥିଲେ । ସେହିପରି ଶିବମ ଦୁବେ ଗୋଟିଏ ଓ୍ବିକେଟ ନେଇଥିଲେ ।
ଆହୁରି ପଢନ୍ତୁ : OPERATION SINDOOR : ଆକ୍ରମଣ ପାକିସ୍ତାନ ଉପରେ କରାଯାଇଥିଲା, ନିଦ କଂଗ୍ରେସର ହଜିଯାଇଥିଲା : ମୋଦୀ
ଏହାର ଜବାବରେ ଭାରତ ୧୮.୩ ଓଭରରେ ୫ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ଭାରତ ପକ୍ଷରୁ ଅଭିଷେକ ଶର୍ମା ୨୫ ରନ କରିଥିବାବେଳେ ଶୁବମନ ଗିଲ୍ ୧୫ ରନ କରିଥିଲେ । ସେହିପରି ସୂର୍ଯ୍ୟକୁମାର ଯାଦବ ୨୪ରନ କରିଥିବାବେଳେ ତିଳକ ବର୍ମା ୨୯ ରନ କରିଥିଲେ । ଓ୍ବାସିଂଟନ ସୁନ୍ଦର ୪ ଛକା ୩ ଚୌକା ସହ ୪୯ ରନର ଏକ ବିସ୍ଫୋରକ ପାଳି ଖେଳିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ ଏଲିସ୍ ୩ଟି ୱିକେଟ ନେଇଥିଲେ ।
ଆହୁରି ପଢନ୍ତୁ: Use of AADHAAR: ଆଧାର ପରିଚୟ ପ୍ରମାଣିତ କରେ ନାଗରିକତା ନୁହେଁ:UIDAI ନିୟମ କ'ଣ କୁହେ?
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/11/02/washington-sunder-2025-11-02-17-27-33.jpg)