ନୀଳଗିରି (ଦିଲ୍ଲୀପ ସ୍ବାଇଁ): ଅଭୟାରଣ୍ୟରେ ଭୟ କରୁଛନ୍ତି ବନ୍ୟଜନ୍ତୁ। ଏକଦା ଯେଉଁ ଘଞ୍ଚ ଜଙ୍ଗଲକୁ ଲୋକେ ଭୟ କରୁଥିଲେ, ତାହା ଆଜିର ଦିନରେ ଅନେକ ପରିବର୍ତ୍ତନ ହୋଇଛି। ଅଭୟାରଣ୍ୟକୁ ଅତୀତରେ ମଣିଷ ପ୍ରବେଶ କରିବା ପାଇଁ ଭୟ କରୁଥିଲା ବେଳେ ବର୍ତ୍ତମାନ ପରିସ୍ଥିତିରେ ଓଲଟା ଦେଖାଯାଉଛି। ବନ୍ୟପ୍ରାଣୀ ଆଉ ସୁରକ୍ଷିତ ମନେ କରୁନାହାନ୍ତି। ରାଜ୍ୟ ସରକାର ଏବଂ ବନ ବିଭାଗ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଏକାଧିକ ପଦକ୍ଷେପ ନେଇଥିଲେ ମଧ୍ୟ ଏହାକୁ ଖାତିର କରୁନାହାନ୍ତି ପଶୁ ଶିକାରୀ। ବାଲେଶ୍ବର ଓ ମୟୂରଭଂଜ ଜିଲ୍ଲା ସଂଲଗ୍ନ କୁଳଡ଼ିହା ଅଭୟାରଣ୍ୟରେ ଅବାଧ ଶିକାର ଚାଲିଛି। ବନ ବିଭାଗ ଅତର୍କିତ ଚଢ଼ଉ କରି ୫ଜଣ ଶିକାରୀଙ୍କୁ ଗିରଫ କରିବା ସହିତ ସେମାନଙ୍କର ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରିଛି।
କୁଳଡିହା ଅଭୟାରଣ୍ୟରେ ପଶୁ ଶିକାର ଜାରି ରହିଛି। ବନ ବିଭାଗର ସତର୍କତା ମୂଳକ ପଦକ୍ଷେପ ସତ୍ତ୍ବେ ଶିକାରୀମାନେ ବେଆଇନକାମ ଜାରି ରଖିଛନ୍ତି। ପୁଣି ଥରେ ଏଠାରେ ଶିକାର ପାଇଁ ଯୋଜନା ଚାଲିଥିଲା ବେଳେ ବିଶେଷ ସୂତ୍ରରୁ ଖବରପାଇ କୁଳଡିହା ଅଭୟାରଣ୍ୟର ଇନଚାର୍ଜ ତଥା ଏସିଏଫ୍ ସୁବ୍ରତ କୁମାର ବେହେରାଙ୍କ ନେତୃତ୍ୱରେ ବନବିଭାଗର ଏକ ଟିମ୍ ପଞ୍ଚଲିଙ୍ଗେଶ୍ଵର ସେକ୍ସନ ଖୁଲିଆଚୁଆ ମୁହଁ ପ୍ରବେଶ ପଥରେ ପହଞ୍ଚି ଥିଲା। ବନ ବିଭାଗର କର୍ମଚାରୀମାନେ ସେଠାରେ ଜଗିରହିଥିବା ବେଳେ ଶିକାର ଉଦ୍ଦେଶ୍ୟରେ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିଥିବା ୫ଜଣ ଶିକାରୀଙ୍କୁ କାବୁ କରିଥିଲେ। ବନ୍ୟଜନ୍ତୁ ଆଇନ୍ ଧାରା ୫୧ଅନୁଯାୟୀ ଗିରଫ କରିଛି। ଅଭିଯୁକ୍ତ ଶିକାରୀ ହେଲେ ନିର୍ମଳ ସିଂ(୪୩), ଚିନ୍ତାମଣି ସିଂ(୪୫), ଶ୍ୟାମ ସିଂ(୩୦), ବ୍ରଜକିଶୋର ସିଂ(୫୧) ଏବଂ ହରିମୋହନ ସିଂ(୪୦)। ସମସ୍ତ ଅଭିଯୁକ୍ତ ନୀଳଗିରି ଥାନା ଔପଦା ବ୍ଲକ୍ କାଣ୍ଡଗରଡି ପଞ୍ଚାୟତ ଖୁଲିଆଗ୍ରାମର ଅଟନ୍ତି। ସେମାନଙ୍କ ନିକଟରୁ ଦୁଇଟି ଗୁଳିଭର୍ତ୍ତି ଦେଶୀବନ୍ଧୁକ ଜବତ କରାଯିବା ସହିତ ୧୦ଗ୍ରାମ ଲାଲବାରୁଦ, ୧୦୦ଗ୍ରାମ କଳାବାରୁଦ, ୩ଟି କାଣ୍ଡ, ୧୭ଟି ଶର, କାଚଗୁଲି ଆଦି ବିଭିନ୍ନ ପ୍ରକାରର ଶିକାରସାମଗ୍ରୀ ଜବତ କରିଛି। ଏନେଇ ବନବିଭାଗ ୧୩କେ-୨୫/୨୬ରେ କେସ ରୁଜ୍ଜୁକରି ଆଜି ଅଭିଯୁକ୍ତ ଶିକାରୀଙ୍କୁ କୋର୍ଟଚାଲାଣ କରାଯିବାର ସୂଚନା ରହିଛି।
ଆହୁରି ପଢ଼ନ୍ତୁ: Marine sanctuary for sale: ବିକ୍ରି ହେଉଛି ସାମୁଦ୍ରିକ ଅଭୟାରଣ୍ୟ: ‘ସୂର୍ଯ୍ୟୋଦୟ’ କିଣିଛି ୩୦୦ ଏକର ସମୁଦ୍ର
ଦେଢ଼ ବର୍ଷରେ ୬୦ରୁ ଊର୍ଦ୍ଧ୍ବ ଶିକାରୀ ଗିରଫ
ସୂଚନାଯୋଗ୍ୟ, କୁଳଡ଼ିହା ଅଭୟାରଣ୍ୟରେ ପଶୁଶିକାରକୁ ସମ୍ପୂର୍ଣ୍ଣ ମୂଳପୋଛ କରିବାପାଇଁ ବନବିଭାଗ ଅଣ୍ଟାଭିଡ଼ିଛି। ବିଗତ ଦେଢ଼ ବର୍ଷ ମଧ୍ୟରେ ୬୦ରୁ ଊର୍ଦ୍ଧ୍ବ ଶିକାରୀଙ୍କୁ କାବୁକରି ଜେଲ୍ ହାଜତକୁ ପଠାଯାଇଛି। ବନ୍ୟ ଜନ୍ତୁଙ୍କର ସୁରକ୍ଷା ପାଇଁ ସରକାର ବହୁ ପଦକ୍ଷେପ ନେଇଛନ୍ତି। ଜଙ୍ଗଲର ଅଭିବୃଦ୍ଧି ଏବଂ ବନ୍ୟଜନ୍ତୁମାନଙ୍କର ସୁରକ୍ଷା ପାଇଁ ବୃକ୍ଷରୋପଣ କରିବା, ଜଙ୍ଗଲରେ ଜଳାଶୟ କରିବା, ସ୍ବତନ୍ତ୍ର କ୍ୟାମେରା ଲଗାଇବା, ନିଆଁ ଲିଭାଇବା ପାଇଁ ସ୍ବତନ୍ତ୍ର ଯନ୍ତ୍ରପାତିର ବ୍ୟବସ୍ଥା, କର୍ମଚାରୀ ନିଯୁକ୍ତି, ଗ୍ରାମ୍ୟ କମିଟି ଗଠନ, ସ୍ବୋଚ୍ଛାସେବୀ ସଂସ୍ଥା ନିୟୋଜନ ଏଥିରେ ସାମିଲ ରହିଛି।
ଆହୁରି ପଢ଼ନ୍ତୁ: Gahirmatha Marine Sanctuary: ବିକ୍ରି ହେଉଛି ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ: କଲେଜ କିଣିଛି ୪.୫୪ ଏକର ସମୁଦ୍ର
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/12/03/nilagiri-2025-12-03-18-35-27.jpg)