ଜୀବନ ହାରିଦେଲେ ପୂର୍ବତନ ଆଇଏଏସ ଅଧିକାରୀଙ୍କ କନ୍ୟା

ବିଶାଳ କୋଠାରୁ ତଳକୁ ଡେଇଁ ପୂର୍ବତନ ଆଇଏଏସ ଅଧିକାରୀଙ୍କ ଝିଅ ଜୀବନ ହାରି ଦେଇଛନ୍ତି। ମୃତକଙ୍କ ନାମ ରିଧା ମୁସ୍ତଫା ବୟସ ୨୪ବର୍ଷ ଥିବା ଜଣାପଡ଼ିଛି। ଅନେକ ଦିନ ହେବ ମୁସ୍ତଫା ମାନସିକ ଚିନ୍ତାରେ ଥିଲେ।

ଅଦ୍ୟତନ ହୋଇଛି
୨୩୪୧୪

ନୋଏଡା: ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲାରେ ନୋଏଡା ସେକ୍ଟର-୧୨୬ ଥାନା ଅଞ୍ଚଳସ୍ଥ ସେକ୍ଟର ୧୨୮ସ୍ଥିତ ଏକ ବିଶାଳ କୋଠାରୁ ତଳକୁ ଡେଇଁ ପୂର୍ବତନ ଆଇଏଏସ ଅଧିକାରୀଙ୍କ ଝିଅ ଜୀବନ ହାରି ଦେଇଛନ୍ତି। ମୃତକଙ୍କ ନାମ ରିଧା ମୁସ୍ତଫା ବୟସ ୨୪ବର୍ଷ ଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୂର୍ବତନ ଆଇଏଏସ ଅଧିକାରୀଙ୍କ ଝିଅ ଜୀବନ ହାରିବା ଘଟଣାକୁ ନେଇ ସେକ୍ଟର-୧୨୬ ଥାନାର  ଇନ୍ସପେକ୍ଟର କହିଛନ୍ତି, ‘ପୂର୍ବତନ ଆଇଏଏସ ଅଧିକାରୀ ମହମ୍ମଦ ମୁସ୍ତଫାଙ୍କ ୨୪ବର୍ଷୀୟ ଝିଅ ରିଧା ମୁସ୍ତଫା କିଛିଦିନ ହେବ ମାନସିକ ଚିନ୍ତାରେ ଥିଲେ। ସେ କାହାରି ସହିତ ଠିକ ଭାବେ କଥା ହେଉ ନଥି‌ଲେ କି ଖାଉ ନଥିଲେ।

ଗତ ରବିବାର ସେ ଘରେ ଥିବା ବେଳେ କେହି କିଛି ବୁଝିବା ପୂର୍ବରୁ ରିଧା ୨୯ତମ ଉଚ୍ଚ କୋଠାରୁ ତଳକୁ ଡେଇଁ ଜୀବନ ହାରି ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରିଧାଙ୍କ ମୃତଶରୀରକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ପୁଲିସ ରିଧା କେଉଁ କାରଣ ପାଇଁ  ଜୀବନ ହାରିଲେ ସେ ଦିଗରେ ତଦନ୍ତ ଜାରି ରଖିଛି।

ମହମ୍ମଦ ମୁସ୍ତଫା ୧୯୯୫ ବ୍ୟାଚର ଆଇଏଏସ ଅଧିକାରୀ ଥିଲେ। ଚଳିତବର୍ଷ ଜୁନରେ ସେ ସ୍ବଇଚ୍ଛା ଭାବେ ଚାକିରିରୁ ଅବସର ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe