ସ୍ବାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଲେ ମହିଳା ହକି ଟିମର ପୂର୍ବତନ ଅଧିନାୟିକା ସୁରଜଲତା

Advertisment
ସ୍ବାମୀଙ୍କ ବିରୋଧରେ ଘରୋଇ ହିଂସାର ଅଭିଯୋଗ ଆଣିଲେ ମହିଳା ହକି ଟିମର ପୂର୍ବତନ ଅଧିନାୟିକା ସୁରଜଲତା

Catch News

ଇମ୍ଫାଲ: ଭାରତୀୟ ମହିଳା ହକି ଟିମର ପୂର୍ବତନ ଅଧିନାୟିକା ୱେକହୋମ୍ ସୁରଜ ଲତା ଦେବୀ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ବିବାହ ପରେ ତାଙ୍କ ସ୍ବାମୀ ତାଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସୁରଜ ଲତା ଦେବୀ। ଗତ କିଛି ବର୍ଷ ହେଲାଣି ସେ ଘରୋଇ ହିଂସାର ଶିକାର ହୋଇ ଆସୁଥିବା ବେଳେ ଏବେ ସେ ମୁହଁ ଖୋଲିଛନ୍ତି।

ବୁଧବାର ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇ ନିଜ ସହ ହୋଇଥିବା ନିର୍ଯାତନା ବିଷୟରେ ସେ ସମସ୍ତଙ୍କୁ ଜଣାଇଥିଲେ। ତାଙ୍କ କହିବା ମୁତାବକ, ୨୦୦୫ରେ ଆମର ବିବାହ ହେବା ପରଠାରୁ ଯୌତୁକ ପାଇଁ ମୋତେ ମୋ ଶାଶୁଘର ଲୋକେ ନିର୍ଯାତନା ଦେଇ ଆସୁଥିଲେ। ବିବାହ ପରେ ମୁଁ ମୋର ଜିତିଥିବା ସବୁ ପଦକ ନେଇ ଶାଶୁ ଘରକୁ ଯିବା ପରେ ମୋ ସ୍ବାମୀ ଶାନ୍ତା ସିଂହ ମୋତେ ଅପମାନିତ କରି ଏ ସବୁ ଜିନିଷର ଆବଶ୍ୟକତା କ’ଣ ବୋଲି କହିଥିଲେ। ଦିନେ ନା ଦିନେ ସ୍ବାମୀଙ୍କ ବ୍ୟବହାର ବଦଳିବ ବୋଲି ଭାବି ମୁଁ ସବୁ ସହି ଯାଉଥିଲି। କିନ୍ତୁ ସେ ବଦଳି ନଥିଲେ। ଏସବୁ କଥା ମୁଁ ସମସ୍ତଙ୍କ ଆଗକୁ ଆଣିବାକୁ ଚାହୁନଥିଲି। କିନ୍ତୁ ସହିବାର ଗୋଟେ ସୀମା ରହିଥାଏ। ପଞ୍ଜାବରେ ନଭେମ୍ବର ୨୦୧୯ରେ ଏକ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ବେଳେ ମୋ ସ୍ବାମୀ ନିଶାଗ୍ରସ୍ତ ହୋଇ ମୋତେ ମାଡ଼ ମାରିଥିଲେ, ଯାହା ପରେ ମୁଁ ମୁହଁ ଖୋଲିବାକୁ ବାଧ୍ୟ ହେଲି।

Image result for Suraj Lata Devi Bharatiya Hockey

ସୁରଜ ଲତା ଦେବୀଙ୍କ ଅଭିଯୋଗ ପରେ ଏବେ ପୁଲିସ ସ୍ବାମୀ ବିରୋ‌ଧରେ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe