ଅହମ୍ମଦାବାଦ୍‌ରେ ୯୯ ଲକ୍ଷ ଟଙ୍କାର ଅଚଳ ୫୦୦ ଓ ୧୦୦୦ ନୋଟ୍‌ ସହ ୪ ଗିରଫ

Advertisment
ଅହମ୍ମଦାବାଦ୍‌ରେ ୯୯ ଲକ୍ଷ ଟଙ୍କାର ଅଚଳ ୫୦୦ ଓ ୧୦୦୦ ନୋଟ୍‌ ସହ ୪ ଗିରଫ

ଅହମ୍ମଦାବାଦ୍‌: ଅହମ୍ମଦାବାଦ୍‌ଳର ଚନ୍ଦଖେଡ଼ା ଅଞ୍ଚଳରୁ ୪ ଜଣଙ୍କୁ ପୁଲିସ୍‌ ଗିରଫ କରିଛି। ସେହି ଚାରି ଜଣ ଅଭିଯୁକ୍ତଙ୍କ ନିକଟରେ ୯୯.୯୯ ଲକ୍ଷ ଟଙ୍କାର ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ରହିଥିବାର ସଂପର୍କରେ ଅହମ୍ମଦାବାଦ୍‌ ପୁଲିସ୍‌ ରବିବାର ସୂଚନା ପ୍ରଦାନ କରିଛି।

ଚନ୍ଦଖେଡ଼ା ପୁଲିସ୍‌ ର୍ଷ୍ଟେସନ୍‌ର ଅଧିକାରୀଙ୍କ କହିବା ମୁତାବକ, ସେମାନଙ୍କ ନିକଟରୁ ୧୨,୮୦୦ଟି ଅଚଳ ୫୦୦ ଟଙ୍କିଆ ନୋଟ୍‌ ଏବଂ ୩,୫୯୯ଟି ୧୦୦ ଟଙ୍କିଆ ଅଚଳ ନୋଟ୍‌ ଜବତ କରାଯାଇଛି। ସମୁଦାୟ ୯୯.୯୯ ଲକ୍ଷ ଟଙ୍କା ଜବତ କରାଯାଇଛି। ଟଙ୍କା ସହ ପୁଲିସ୍‌ ହାତରେ ଧରା ପଡ଼ିଥିବା ଅଭିଯୁକ୍ତମାନେ ହେଉଛନ୍ତି ମଞ୍ଜୁଲା ବରୋତ, ମାଲହର୍‌ ପୁରୋହିତ୍‌, ରାଜେଶ ପାର୍ମର ଏବଂ ଗୋପାଲ ପାଣ୍ଡେ।

publive-image

ସେମାନେ ସମସ୍ତେ ହେଉଛନ୍ତି ସ୍ଥାନୀୟ ବାସିନ୍ଦା। ସେମାନଙ୍କୁ ଚନ୍ଦଖେଡ଼ା ଅଞ୍ଚଳର ଏକ ମଲ୍‌ ନିକଟରୁ ପୁଲିସ୍‌ ଧରିବାରେ ସମର୍ଥ ହୋଇଛି। ସେମାେନେ ପୁଲିସ୍‌ ହାତରେ ଶନିବାରେ ରାତିରେ ଧରାପଡ଼ିଛନ୍ତି।

ଏ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ ହୋଇ ଯାଇଛି। ଏ ନେଇ ଆହୁରି ଅଧିକ ସୂଚନା ପାଇଁ ତଦନ୍ତ ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe