ଦିଲ୍ଲୀର ପାଲାମ୍‌ରେ ଗୋଟିଏ ପରିବାରର ୪ଜଣଙ୍କୁ ଛୁରି ମାରି ହତ୍ୟା, ଅଭିଯୁକ୍ତ ଗିରଫ

Advertisment
ବୃଦ୍ଧାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା, ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

Image Courtesy of Zee News

ନୂଆଦିଲ୍ଲୀ: ମଙ୍ଗଳବାର ରାତିରେ ଦକ୍ଷିଣପଶ୍ଚିମ ଦିଲ୍ଲୀର ପାଲାମ ଅଞ୍ଚଳସ୍ଥିତ ନିଜ ଘରେ ଶୋଇଥିବା ବେଳେ ଗୋଟାଏ ପରିବାରର ୪ଜଣ ସଦସ୍ୟଙ୍କୁ ଛୁରି ମାରି ହତ୍ୟା କରାଯାଇଥିବା କଥା ପୁଲିସସୂତ୍ରରୁ ପ୍ରକାଶ।

ପ୍ରାପ୍ତ ସୂଚନା ଅନୁସାରେ, ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି, ୨ ଭଉଣୀ, ସେମାନଙ୍କ ବାପା ଓ ଜେଜୀ। ରକ୍ତରେ ଜୁଡୁବୁଡୁ ହୋଇ ସେମାନଙ୍କର ଶବ ପଡ଼ି ରହିଥିବା ଦେଖାଯାଇଥିଲା। ହତ୍ୟାକାଣ୍ଡର ଉଦ୍ଦେଶ୍ୟ ଜଣାପଡ଼ି ନ ଥିଲେ ବି ପୁଲିସ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଅଭିଯୁକ୍ତ ହେଉଛନ୍ତି ଜଣେ ‘ଡ୍ରଗ୍‌ ଆଡିକ୍ଟ୍‌’ (ନିଶାଖୋର୍‌)। ସେ ତାଙ୍କର ଦୁଇ ଭଉଣୀ, ବାପା ଓ ଜେଜୀ। ନିହତମାନଙ୍କ ମଧ୍ୟରୁ ଜଣେ ମହିଳାଙ୍କ ଶବ ଘର ଚଟାଣରେ ପଡ଼ିଥିବା ବ‌େଳେ ଘରର ଆଉ ଦୁଇଜଣ ସଦସ୍ୟଙ୍କ ଶବ ସ୍ନାନାଗାରରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି।

publive-image

ଗଣମାଧ୍ୟମକୁ ଦିଲ୍ଲୀ ପୁଲିସ କହିଛି, ପାଲାମ ଅଞ୍ଚଳରେ ଦୁଇ ଭଉଣୀ, ସେମାନଙ୍କ ବାପା ଓ ଜେଜୀଙ୍କ ସମେତ ପରିବାର ୪ଜଣ ସଦସ୍ୟଙ୍କୁ ଛୁରି ମାରି ହତ୍ୟା କରାଯାଇଛି। ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଅଧିକ ସୂଚନା ଦେବାକୁ ଯାଇ ପୁଲିସ କହିଛି, ଗିରଫ ହୋଇଥିବା ଅଭିଯୁକ୍ତଙ୍କ ନାମ କେଶବ। ନିକଟ ଅତୀତରେ ସେ ଗୋଟାଏ ‘ଡ୍ରଗ୍‌ସ୍‌ ଆଡିକ୍ସନ୍‌ ସେଣ୍ଟର୍‌’ରୁ ଘରକୁ ଆସିଥିଲେ।

ଘଟଣା ସଂକ୍ରାନ୍ତରେ ସେମାନେ ରାତି ପ୍ରାୟ ୧୦.୩୦ରେ ସୂଚନା ପାଇଥିଲେ ଏବଂ ଏହି ହତ୍ୟାକାଣ୍ଡ ଉପରେ ଅଧିକ ତଦନ୍ତ ଚାଲିଥିବା କଥା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe