ଉତ୍ତରପୂର୍ବ ଦିଲ୍ଲୀରେ ପ୍ରହରୀ ସମେତ ଗୋଟିଏ ପରିବାରରେ ଚାରି ଜଣଙ୍କୁ ହତ୍ୟା

Advertisment
ଉତ୍ତରପୂର୍ବ ଦିଲ୍ଲୀରେ ପ୍ରହରୀ ସମେତ ଗୋଟିଏ ପରିବାରରେ ଚାରି ଜଣଙ୍କୁ ହତ୍ୟା

Photo Courtesy of TOI

ନୂଆଦିଲ୍ଳୀ: ଶନିବାର ସକାଳେ ଉତ୍ତରପୂର୍ବ ଦିଲ୍ଲୀର ମାନସରୋବର ପାର୍କ ଅଞ୍ଚଳର ଏକ ଘରେ ଅନ୍ୟୂନ ତିନି ଜଣ ମହିଳାଙ୍କ ସମେତ ପାଞ୍ଚ ଜଣ ଲୋକଙ୍କୁ ହତ୍ୟା କରାଯାଇଥିବା ଜଣା ପଡ଼ିଛି।

ନିହତ ହୋଇ ଥିବା ବ୍ୟକ୍ତିଙ୍କ ମଧ୍ୟରୁ ଚାରି ଜଣ ଗୋଟିଏ ପରିବାରର ବୋଲି କୁହାଯାଉଛି। ପରିବାରର ମୃତ ସଦସ୍ୟମାନେ ହେଉଛନ୍ତି ୩୫ ବର୍ଷୀୟ ନୁପୂର ଜିନ୍ଦଲ, ୩୩ ବର୍ଷୀୟ ଅଞ୍ଚଳି ଜିନ୍ଦଲ, ୬୫ ବର୍ଷୀୟ ଊର୍ମିଳା ଏବଂ ୪୩ ବର୍ଷୀୟ ସଙ୍ଗୀତା ଗୁପ୍ତ। ହତ୍ୟା କରାଯାଇଥିବା ପଞ୍ଚମ ବ୍ୟକ୍ତିଜଣକ ହେଉଛନ୍ତି ୫୦ ବର୍ଷିୟ ପ୍ରହରୀ ରାକେଶ।
ସକାଳ ସାଢ଼େ ସାତଟାବେଳେ ଡାକରା ପାଇ ପୁଲିସ ଘଟଣାସ୍ଥଳକୁ ଧାଇଁ ଯାଇଥିଲା। ମୃତ ମହିଳାମାନେ ସେ ଅଞ୍ଚଳରେ ତେଲ ବିକାବିକି କରୁଥିବା ଏକ ପରିବାରର ସଦସ୍ୟ ଅଟନ୍ତି।

ପୁଲିସ କହିଛି: ସବୁ ମୃତ ବ୍ୟକ୍ତିଙ୍କ ଦେହରେ ଛୁରୀ ଭୁଷା କ୍ଷତ ରହିଛି। ଯୁଗ୍ମ କମିସନର୍‌ (ଇଷ୍ଟର୍ଣ୍ଣ ରେଞ୍ଜ୍‌) ରବୀନ୍ଦ୍ର ଯାଦବ ଘଟନା ସଂକ୍ରାନ୍ତରେ ନିଶ୍ଚିତ କରି କହିଛନ୍ତି ଯେ ମାମଲାର ରହସ୍ୟ ଉନ୍ମୋଚନ ନିମନ୍ତ ୫ଟି ଟିମ୍‌ ଗଠନ କରାଯାଇଛି।

କ’ଣ ପାଇଁ ହତ୍ୟାକାଣ୍ଡ ଘଟିଲା ତାହା ଜାଣିବାକୁ ପୁଲିସ ପରିବାରର ସଦସ୍ୟମାନଙ୍କୁ ପଚରା ଉଚୁରା କରୁଛି। ପ୍ରାଥମିକ ତଦନ୍ତରୁ ଯାହା ଜଣା ପଡୁଛି ହତ୍ୟା ପଛରେ ସମ୍ପତ୍ତିବାଡ଼ି ବିବାଦ ରହିଛି।

ଅପରାଧ ଦଳ ଏବଂ ଫୋରେନ୍‌ସିକ୍‌ ଅଧିକାରୀମାନେ ଘଟଣାସ୍ଥଳ ଯାଞ୍ଚ କରି ଟିପଚିହ୍ନ ସଂଗ୍ରହ କରିଛନ୍ତି। ଏକ ନରହତ୍ୟା ମାମଲା ରୁଜୁ କରାଯାଇଛି। ବ୍ୟବଚ୍ଛେଦ ପାଇଁ ଶବଗୁଡ଼ିକ ପଠାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe