ତନ୍ତ୍ରବିଦ୍ୟାର ଭୟଙ୍କର ପରିଣତି: ଗୋଟିଏ ଗାତରୁ ମିଳିଲା ୪ ଜଣଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

Advertisment
ତନ୍ତ୍ରବିଦ୍ୟାର ଭୟଙ୍କର ପରିଣତି: ଗୋଟିଏ ଗାତରୁ ମିଳିଲା ୪ ଜଣଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ

Photo credit- TNM

ଇଡ଼ୁକ୍କି( କେରଳ): ବୁରାଡିର ଗୋଟିଏ ପରିବାରର ୧୧ ଜଣଙ୍କ ରହସ୍ୟମୟ ମୃତ୍ୟ, ରାଞ୍ଚିର ଗୋଟିଏ ପରିବାରର ୭ ଜଣଙ୍କ ରହସ୍ୟମୟ ମୃତ୍ୟୁ ଉପରୁ ପରଦା ହଟି ନ ଥିବା ବେଳେ ଏବେ କେରଳରେ ଘଟିଛିି ଏହା ଠାରୁ ଆହୁରି ଏକ ଭୟଙ୍କର ଓ ଲୋମଟାଙ୍କୁରା ଘଟଣା। ତନ୍ତ୍ରବିଦ୍ୟା ବା କଳା ଯାଦୁ କରୁଥିବା ଜଣେ ବ୍ୟକ୍ତିଙ୍କ ପରିବାରର ୪ ଜଣଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇ ଘରର ପଛ ପଟେ ଗୋଟିଏ ଗାତରେ ଜଣକ ଉପରେ ଆଉ ଜଣକୁ ପକାଇ ପୋତି ଦିଆଯାଇଛି। ଏ ନେଇ ଲୋକଙ୍କ ସନ୍ଦେହ ହେବାରୁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘର ଭିତରେ ପହଞ୍ଚି ଘରର କାନ୍ଥ, ଚଟାଣରେ ରକ୍ତଧାର ଦେଖିବା ସହିତ ବାଟିପଟେ ସଦ୍ୟ ପୋତା ହୋଇଥିବା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହଗୁଡ଼ିକୁ ଜବତ କରି ବ୍ୟବଛେଦ ପାଇଁ ପଠାଯାଇଛି।
ପୁଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, କେରଳର ଇଡ଼ୁକ୍କି ଜିଲ୍ଲାର ଥୋମୁଝା ଗ୍ରାମର କେ କ୍ରିଷ୍ଣନ(୫୨ ବର୍ଷ), ତାଙ୍କ ପତ୍ନୀ ସୁଶୀଳା(୫୦ ବର୍ଷ), ଝିଅ ଆଶା(୨୧ ବର୍ଷ) ଓ ପୁଅ ଅର୍ଜୁନ( ୨୦ ବର୍ଷ)ଙ୍କୁ ଏହାଧିକ ବ୍ୟକ୍ତି ଅତି ନିର୍ମମ ଭାବେ ହତ୍ୟା କରିବା ପରେ ଘର ପଛପଟେ ଗୋଟିଏ ଗାତ ଖୋଳି ପୋତି ଦେଇଥିଲେ। ଏହି ମୃତଦେହ ଜବତ କରାଯାଇ ବ୍ୟବଛେଦ ପାଇଁ ପଠାଯାଇଛି ତେବେ ପଡୋଶୀମାନଙ୍କ କହିବା କଥା ଅନୁଯାୟୀ, କେ କ୍ରିଷ୍ଣନ୍‌ ଘରେ ତନ୍ତ୍ରବିଦ୍ୟା କରନ୍ତି। ଏଥିପାଇଁ ବିଳମ୍ବିତ ରାତିରେ ବହୁ ଦାମୀ ଗାଡ଼ି ତାଙ୍କ ଘର ଆଗରେ ଲାଗେ। ଏପରିକି ବରିଷ୍ଠ ଅମଲା, ଚଳଚିତ୍ର ଅଭିନେତାମାନେ ମଧ୍ୟ ତାଙ୍କ ଘରକୁ ଆସୁଥିବା ପଡୋଶୀମାନେ କୁହନ୍ତି। ପରିବାର ସମସ୍ତେ ଏକୁଟିଆ ରହିବାକୁ ଭଲ ପାଆନ୍ତି।ଏପରିକି ପଡୋଶୀ ସହିତ ମଧ୍ୟ ସେମାନେ ମିଶନ୍ତି ନାହିଁ। ଅତୀତରେ ଏହି ତନ୍ତ୍ର ବିଦ୍ୟା କରୁଥିବା ନେଇ କେ କ୍ରିଷ୍ଣନଙ୍କ ନାମରେ ୩ ବର୍ଷ ତଳେ ଥାନାରେ ମାମଲା ରୁଜୁ ହୋଇଥିଲା। ତେବେ କେ କଅିଷ୍ଣନ ଦୁଇ ଦିନ ଧରି କ୍ଷୀର ନେବାକୁ ନ ଆସିବାରୁ ନକଟସ୍ଥ ଦାକାନୀ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା। ତେଣୁ ସେମାନେ ପୁଲିସକୁ ଖବର ଦେଇଥିଲେ।
ପୁଲିସର କହିବା କଥା ହେଉଛି, ଘର ଭାଙ୍ଗି କିମ୍ବା ଜୋର ଜବରଦସ୍ତ ଘର ଭିତରେ ପାଇ ଏହି ୪ ଜଣଙ୍କୁ ହତ୍ୟା କରିଥିବାର କୌଣସି ଲକ୍ଷଣ ଦଖାଯାଉ ନାହିଁ। ତେଣୁ ହତ୍ୟାକାରୀ ଏକାଧିକ ବ୍ୟକ୍ତି ଓ ସେମାନେ କେ କ୍ରିଷ୍ଣନଙ୍କ ପରିବାର ସହିତ ପୂର୍ବରୁ ପରିଚିତ ବୋଲି ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe