ଜନ ଶୁଣାଣି ମାଧ୍ୟମରେ #ମି ଠୁ ଅଭିଯୋଗର ବିଚାର କରିବେ ୪ ଅବସରପ୍ରାସ୍ତ ବିଚାରପତି: ମାନେକା ଗାନ୍ଧୀ

Advertisment
ଜନ ଶୁଣାଣି ମାଧ୍ୟମରେ  #ମି ଠୁ ଅଭିଯୋଗର  ବିଚାର କରିବେ ୪ ଅବସରପ୍ରାସ୍ତ ବିଚାରପତି: ମାନେକା ଗାନ୍ଧୀ

ନୂଆଦିଲ୍ଲୀ: ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ମାନେକା ଗାନ୍ଧୀ ଶୁକ୍ରବାର ଘୋଷଣା କରିଛନ୍ତି ଯେ #ମି ଠୁ ଅଭିଯାନ ଜରିଆରେ ମହିଳା ଆଣୁଥିବା ଯୌନ ଶୋଷଣ ଅଭିଯୋଗର ତଦନ୍ତ କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ଏକ ପ୍ୟାନେଲ୍‌ ଗଠନ କରାଯିବ। ଏହି ପାନେଲ୍ ଜନଶୁଣାଣି  କରି #ମି ଠୁ ଅଭିଯାନ ଜରିଆରେ ଅାସୁଥିବା ଅଭିଯୋଗର ବିଚାର କରିବେ।  ଚାରି ଜଣ ଅବସରପ୍ରାସ୍ତ ବିଚାରପତିଙ୍କୁ ନେଇ ଗଠନ ହେବ ପାନେଲ୍ ।  ଏହି ପ୍ୟାନେଲ୍‌ର ଜନଶୁଣାଣିରେ ସାଧାରଣ ଲୋକ ବି ନିଜ ମତ ରଖିପାରିବେ।

ଏ ନେଇ ମେନକା ଗାନ୍ଧୀଙ୍କୁ ପଚରାଯିବାରୁ ସେ ନିଜ ମତ ରଖି କହିଛନ୍ତି କି ତାଙ୍କୁ ସୋସିଆଲ୍‌ ମିଡିଆରେ ହୋଇଥିବା କିଛି ଅଭିଯୋଗକୁ .ନେଇ ସନ୍ଦେହ ରହିଛି । ତାହା କେତେ ଦୂର ସତ ପରଖିବା ପାଇଁ ତଦନ୍ତର ଆବଶ୍ୟକତା ରହିଛି।

କେନ୍ଦ୍ର କ୍ୟାବିନେଟରେ ମାନେକାଙ୍କ  ସହକର୍ମୀ ଥିବା ବୈଦେଶିକ ରାଜ୍ୟ ମନ୍ତ୍ରୀ ଏମ୍‌ଜେ ଆକବରଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆସିବା ପରେ ଏହି ତଦନ୍ତ ପାଇଁ ଘୋଷଣା ହୋଇଛି।

ଉଲ୍ଲେଖଯୋଗ୍ୟ, ଏମ୍‌ଜେ ଆକବର ଏକ ଖବରକାଗଜରେ କାର୍ଯ୍ୟ କରୁଥିବା ବେଳେ ଯୌନ ଶୋଷଣ କରିଛନ୍ତି ବୋଲି ୬ ଜଣ ମହିଳା ଅଭିଯୋଗ ଆଣିଛନ୍ତି।

ପୂର୍ବରୁ ଅକ୍ଟୋବ୯ ୯ ତାରିଖରେ ଏମ୍‌ଜେ ଆକବରଙ୍କ ବିରୋଧରେ ଅଭିଯୋଗ ସଂପର୍କରେ ମାନେକା କହିଥିଲେ କି ଏହା ତଦନ୍ତ ନିଶ୍ଚିତ ଭାବେ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe