ଛାଡ଼ପତ୍ର ଦେବାକୁ ଅମଙ୍ଗ ହେବାରୁ ତୃତୀୟ ପତ୍ନୀଙ୍କ ଦେହରେ ନିଆଁ ଲଗାଇଲେ ଚତୁର୍ଥ ପତ୍ନୀ

ଭରତପୁର ତାରିଣୀ ହାଟରେ ଅଗ୍ନିକାଣ୍ଡ, ୩ ଦୋକାନ ଜଳିଗଲା

U4UVoice

ଭୋପାଳ: ମଧ୍ୟପ୍ରଦେଶର ଭୋପାଳ ସହରରେ ଘଟିଛି ଏକ ଜଘନ୍ୟ ଘଟଣା। ଜନୈକ ବ୍ୟକ୍ତିଙ୍କ ଚତୁର୍ଥ ପତ୍ନୀ ତାଙ୍କର ସଉତୁଣି ତଥା ସ୍ୱାମୀଙ୍କ ତୃତୀୟ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ଘର ଛାଡ଼ି ଚାଲିଯିବାକୁ କହିବା ପରେ ମଧ୍ୟ ସେ ଛାଡ଼ପତ୍ର ଦେଇ ନ ଯିବା କାରଣରୁ ଚତୁର୍ଥ ପତ୍ନୀ ଶେଷରେ କ୍ଷୁବ୍ଧ ହୋଇ ତୃତୀୟ ପତ୍ନୀଙ୍କ ଉପରେ କିରାସିନି ଢ଼ାଳି ତାଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି। ଏହି ଘଟଣାରେ ତୃତୀୟ ପତ୍ନୀଙ୍କ ଶରୀରର ପ୍ରାୟ ପଚାଶ ଭାଗ ପୋଡ଼ି ଯାଇଛି ଏବଂ ସେ ଏବେ ଗୁରୁତର ଅବସ୍ଥାରେ ଭୋପାଳର ହମିଦିଆ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଘଟଣା ସଂପର୍କରେ ଖବର ପାଇବା ପରେ ନିଶାତ୍‌ପୁରା ଥାନା ପୁଲିସ୍‌ ଚତୁର୍ଥ ପତ୍ନୀଙ୍କୁ ଗିରଫ କରିବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଛି।

ପୋଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଭୋପାଳ ହାଉସିଂ ସୋସାଇଟିରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ସଲିମ୍‌ ପୂର୍ବରୁ ଦୁଇ ଦୁଇ ଜଣ ମହିଳାଙ୍କୁ ବିବାହ କରିଥିଲେ ସୁଦ୍ଧା ସେମାନଙ୍କୁ ଛାଡ଼ପତ୍ର ଦେଇ ତୃତୀୟ ପତ୍ନୀ ଭାବେ ସବ୍‌ନମ୍‌ ନାମ୍ନୀ ଜନୈକା ଯୁବତୀଙ୍କୁ ବିବାହ କରିଥିଲେ। ହେଲେ, ଏତିକିରେ ତାଙ୍କର ମନ ପୂରି ନଥିଲା। ସବନମ୍‌ଙ୍କୁ ଛାଡ଼ପତ୍ର ନ ଦେଇ ସେ ଆୟେସା ନାମ୍ନୀ ଅନ୍ୟ ଜଣେ ଯୁବତୀଙ୍କୁ ଚତୁର୍ଥ ପତ୍ନୀ ଭାବେ ବିବାହ କରିଥିଲେ। ହେଲେ, ଆୟେସା ଚତୁର୍ଥ ପତ୍ନୀ ହୋଇ ସଲିମ୍‌ଙ୍କ ଘରକୁ ଆସିବା ପରେ ସେ ସବୁବେଳେ ସବ୍‌ନମ୍‌ଙ୍କୁ ଧମକ ଦେଇ ସଲିମ୍‌ଙ୍କୁ ଛାଡ଼ପତ୍ର ଦେବାସହ ଘର ଛାଡ଼ି ଚାଲିଯିବାକୁ କହୁଥିଲେ। ମାତ୍ର, ସବନମ୍‌ ଏଥିରେ ରାଜି ନଥିଲେ। ସେଥିପାଇଁ ସେ ସବୁବେଳେ ତାଙ୍କୁ ମାରଧର କରୁଥିଲା। ଏହାପରେ ବି ସବନମ୍‌ ଘର ଛାଡ଼ି ନଯିବାରୁ ଏଥିରେ ଉତ୍‌କ୍ଷିପ୍ତ ହୋଇ ଶେଷରେ ଗତ ଶନିବାର ରାତିରେ ଆୟେସା ସବନମ୍‌ଙ୍କ ଉପରେ କିରାସିନି ଢ଼ାଳି ତାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe