Image Courtesy of TOI
ଧଉଳି: ସିମେଣ୍ଟ ଦେବାକୁ କହି ଜଣେ ଠକ ଏକ ସିମେଣ୍ଟ ପ୍ରସ୍ତୁତକାରୀ କମ୍ପାନି ଓ ଆଉ ଜଣେ ଡିପୋ ମାଲିକଙ୍କୁ ଚୁନ ଲଗାଇଛି। ଏଭଳି ଠକେଇ ସଂପର୍କରେ ଦୁଇଟି ଥାନାରେ ଅଭିଯୋଗକାରୀମାନେ ଲିଖିତ ଅଭିଯୋଗ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ଅଭିଯୋଗ ଫୁଲବାଣୀ ଜିଲ୍ଲା ବାଲିଗୁଡ଼ା ଥାନାରେ ହୋଇଥିବା ବେଳେ ଅନ୍ୟଟି ଆଜି ସନ୍ଧ୍ୟାରେ ଧଉଳି ଥାନାରେ ହୋଇଛି। ଏହି ଠକାମିର ଶିକାର ବ୍ୟବସାୟୀ ଦ୍ୱୟ ହେଲେ ଡିପୋ ମାଲିକ ଅସିତ୍ ଓ ସିମେଣ୍ଟ ପ୍ରସ୍ତୁତକାରୀ ଜେକେ କମ୍ପାନି। ଆଜି ଏନେଇ କମ୍ପାନିର ଦୁଇଜଣ ଅଧିକାରୀଙ୍କ ସମେତ ଅସିତ୍ ଧଉଳି ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ଠକ ବ୍ୟକ୍ତିଙ୍କ ନିଜ ଘର ଯାଜପୁର। ହେଲେ ସେ ଧଉଳି ଥାନା ଅଧୀନ ଶିଶୁପାଳଗଡ଼ ଅଞ୍ଚଳରେ ରୁହନ୍ତି। ଏହି ଠିକଣାକୁ ଆଧାର କରି ପୁଲିସ ତାଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍ କରି ଧରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।
Follow Us