ଫ୍ଲାଟ୍‌ ଦେବା ନାଁରେ କୋଟିଏରୁ ଊର୍ଧ୍ବ ଟଙ୍କା ଠକେଇ, ବିଲ୍‌ଡର ଗିରଫ

Advertisment
ମନ୍ଦିରରୁ ଲାଇଟ୍‌ ଚୋରି ବେଳେ ଜଣେ ଗିରଫ

India Today

ଭୁବନେଶ୍ବର: ଫ୍ଲାଟ୍‌ ଦେବା ନାଁରେ ଠକେଇ ଅଭିଯୋଗରେ ସହିଦନଗର ଥାନା ପୁଲିସ ରବିବାର ଅଟକ ରଖିଥିବା ବିଲ୍‌ଡରକୁ ଆଜି କୋର୍ଟ ଚାଲାଣ କରିଛି। ସେ ହେଲେ ବାଲିଅନ୍ତା ଅଞ୍ଚଳର ନିର୍ମଳ ବେହେରା(୪୭)। ୨୦୧୨ ମସିହାରେ ନିର୍ମଳ ଫୁଲନଖରା ନିକଟ ତ୍ରିନାଥ ବଜାରରେ କମ୍‌ ଦାମ୍‌ରେ ଫ୍ଲାଟ୍‌ ଦେବାକୁ ଲୋଭ ଦେଖାଇ ଲୋକମାନଙ୍କଠାରୁ ୮ଲକ୍ଷରୁ ୧୦ଲକ୍ଷ ଟଙ୍କା ନେଇଥିଲେ। ତେବେ ୨୦୧୪ ମସିହାରେ ଲୋକମାନଙ୍କୁ ଫ୍ଲାଟ୍‌ ଦେଇଥଆନ୍ତେ। ଏଭଳି ୫୦ରୁ ଊର୍ଧ୍ବ ଗ୍ରାହକଙ୍କଠାରୁ ସେ କୋଟି କୋଟି ଟଙ୍କା ନେବା ପରେ ସହିଦନଗରରେ ଥିବା ଅଫିସ୍‌ ବନ୍ଦ କରି ଫେରାର୍‌ ହୋଇଯାଇଥିଲେ। ଗ୍ରାହକମାନେ ତାଙ୍କ ସହ ଯୋଗାଯୋଗ କରିଥିଲେ ସୁଦ୍ଧା ସେ ନା ଫ୍ଲାଟ ଦେଇ ନଥିଲେ କି ଟଙ୍କା ଫେରାଇ ନଥିଲେ। ଏନେଇ ଫାଲ୍‌ଗୁନି ରାୟଚୂଡ଼ାମଣି ନାମକ ଜଣେ ଗ୍ରାହକ ସହିଦନଗର ଥାନାରେ ଅଭିଯୋଗ କରିଥିଲେ। ନିର୍ମଳ ତାଙ୍କୁ ଘର ଦେବାକୁ କହି ୬ଲକ୍ଷ ଟଙ୍କା ନେଇଥିଲା। ହେଲେ ଇତି ମଧ୍ୟରେ ୫ବର୍ଷ ବିତିଯାଇଥିଲେ ସୁଧା ନିର୍ମଳ ଘର ଦେଇ ନଥିଲେ କି ଟଙ୍କା ଫେରାଇ ନଥିଲା। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe