ଭୁବନେଶ୍ୱର: ଠକେଇ ଅଭିଯୋଗରେ ଆଜି କ୍ୟାପିଟାଲ ଥାନା ପୁଲିସ ଜଣେ ଅଣ ଓଡ଼ିଆ ଯୁବକକୁ ଗିରଫ କରିଛି। ତା ନାଁ ମାଲାରାମ କୁମାର (୨୭)। ଘର ରାଜସ୍ଥାନରେ। ଠକେଇର ଶିକାର ହୋଇଥିବା ଯୁବକ ହେଲେ ଖାରବେଳନଗର ଥାନା ଅଧୀନ ଶାସ୍ତ୍ରୀନଗର ଅଞ୍ଚଳର ଉଦୟଭାନୁ ବିଶ୍ୱାଳ। ଉଦୟଙ୍କ ଅଭିଯୋଗ ଅନୁଯାୟୀ ସେ ଏକ ବ୍ୟାଗ୍ ଦୋକାନ ଖୋଲିବାକୁ ଯୋଜନା କରିଥିଲେ। ଏ ନେଇ ସେ ବାପୁଜୀନଗରଠାରେ ଥିବା ଏକ ବ୍ୟାଗ୍ ସପ୍ଲାୟର ଅଫିସକୁ ଯାଇଥିଲେ। ସେଠାରେ ମାଲାରାମଙ୍କ ସହିତ ତାଙ୍କର ଯୋଗାଯୋଗ ହୋଇଥିଲା। ବ୍ୟାଗ ଦେବା ପାଇଁ କହି ଚଳିତ ବର୍ଷ ଜାନୁଆରି ୧ ତାରିଖରେ ମାଲାରାମ୍ ୪ଲକ୍ଷ ଟଙ୍କା ନେଇଥିଲେ। ପରେ ଟ୍ରକ୍ରେ ବ୍ୟାଗ ଆଣିବା ପାଇଁ କହି ଆଉ ୮ଲକ୍ଷ ଟଙ୍କା ନେଇଥିଲେ। ଟଙ୍କା ନେବାର କିଛି ଦିନ ପରେ ତାଙ୍କ ସହିତ ଆଉ ଯୋଗାଯୋଗ ସମ୍ଭବ ହୋଇ ନଥିଲା। ଏନେଇ ଗତ ୨୭ ତାରିଖରେ ଉଦୟ କ୍ୟାପିଟାଲ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରଥିଲା।
ଲକ୍ଷାଧିକ ଟଙ୍କାର ଠକେଇ, ଯୁବକ ଗିରଫ
Advertisment
Follow Us