Fraudulent couple arrested Photograph: (sambad.in)
ଭୁବନେଶ୍ୱର: ଭୁବନେଶ୍ବର ଇନଫୋସିଟି ପୁଲିସ୍ ହାଇପ୍ରୋଫାଇଲ ଠକ ଦମ୍ପତିଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ହଂସିତା ଅଭିଲିପ୍ସା ଓ ଅନିଲ ମହାନ୍ତି । ସେମାନେ ନିଜକୁ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତାଙ୍କ ପୁଅବୋହୂ କହି ଲୋକଙ୍କୁ ଠକୁଥିବା ଅଭିଯୋଗ ହୋଇଛି। ଲୋକଙ୍କୁ ଟେଣ୍ଡର କରେଇଦେବା, କର୍ପୋରେଟ ସେକ୍ଟରରେ ନିଯୁକ୍ତି ଦେବା କହି ଠକୁଥିଲେ ।
ଇନଫୋସିଟି ଥାନା ଅଞ୍ଚଳରେ ଏକ ଦାମୀ ଆପାର୍ଟମେଣ୍ଟରେ ସେମାନେ ରହୁଥିଲେ। ବହୁ ଅଭିଯୋଗ ଆସିବା ପରେ ଇନଫୋସିଟି ଥାନା ପୁଲିସ୍ ଏହି ଦମ୍ପତିଙ୍କୁ ଗିରଫ କରିଛି। ଏନେଇ ଅଧିକ ତଦନ୍ତ ଜାରି ରହିଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କୌଣସି କାମ ଥିଲେ ହୋଇଯିବ ବୋଲି କହି ଲୋକଙ୍କୁ ଲୁଟୁ ଥିଲେ। ପଟିଆରେ ଅଫିସ ଖୋଲି ଖଣି ବ୍ୟବସାୟୀଙ୍କଠାରୁ ଆରମ୍ଭ କରି ବିଲଡର ପର୍ଯ୍ୟନ୍ତ ସେମାନେ ସମସ୍ତଙ୍କୁ ଲୁଟୁଥିଲେ ।
ଅଧିକ ପଢ଼ନ୍ତୁ: ରେଲୱେ ଟ୍ରାକ୍ ଉପରେ ୫୦ ଫୁଟ ଉପରୁ ତଳକୁ ଖସିଲା ହାଇୱା, ଚାପି ହୋଇଗଲେ ଡ୍ରାଇଭର
ହାଇପ୍ରୋଫାଇଲ ଲୋକଙ୍କ ସହ ଫଟୋ ଏଡିଟ କରି ଲୋକଙ୍କୁ ସେସବୁ ଦେଖାଇ ସେମାନଙ୍କ ମଧ୍ୟରେ ବିଶ୍ବାସ ଜନ୍ମାଉଥିବା ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ: ଭାରତ ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲକୁ ଯାଇପାରିବ କି ?
Follow Us