ଅଶ୍ଲୀଳ ଭାଷାରେ ଗାଳି ଦେବାକୁ ବାରଣ କରିବାରୁ ମହିଳାଙ୍କ ମୁହଁକୁ ଛେପ ପକାଇବା ସହ ଗଳା ଚିପିବାକୁ ଉଦ୍ୟମ କଲା କ୍ୟାବ୍ ଚାଳକ

Advertisment
ଅଶ୍ଲୀଳ ଭାଷାରେ ଗାଳି ଦେବାକୁ ବାରଣ କରିବାରୁ ମହିଳାଙ୍କ ମୁହଁକୁ ଛେପ ପକାଇବା ସହ ଗଳା ଚିପିବାକୁ ଉଦ୍ୟମ କଲା କ୍ୟାବ୍ ଚାଳକ

timesnownews.com

ବେଙ୍ଗାଲୁରୁ: ବେଙ୍ଗାଲୁରୁର ବେଲ୍ଲାନ୍ଦୁର ଅଞ୍ଚଳରେ ଜଣେ ୩୦ବର୍ଷୀୟା ମହିଳାଙ୍କ ସହ ଜଣେ କ୍ୟାବ୍ ଚାଳକ ଅସଦାଚରଣ କରିଥିବା ନେଇ ସୂଚନା ମିଳିଛି। ଅଶ୍ଲୀଳ ଭାଷାରେ ଗାଳି ଦେବାକୁ ମନା କରିବାରୁ ମହିଳାଙ୍କ ମୁହଁକୁ ଛେପ ପକାଇବା ସହ ଗଳା ଚିପିବାକୁ ଚେଷ୍ଟା କରିଥିଲା କ୍ୟାବ୍ ଚାଳକ। ଘଟଣାଟି ଗତ ବୁଧବାର ଘଟିଥିବା ବେଳେ ବେଲ୍ଲାନ୍ଦୁର ପୁଲିସ ଷ୍ଟେସନରେ ମହିଳା ଜଣଙ୍କ ଅଭିଯୋଗ କରିବା ପରେ ଏବେ ତାହା ସାମ୍ନାକୁ ଆସିଛି।

ମହିଳାଙ୍କ ଅଭିଯୋଗ ମୁତାବକ, ବୁଧବାର ସନ୍ଧ୍ୟା ୪ଟାରେ ସେ ନିଜ ସ୍କୁଟି ଯୋଗେ କାର୍ଯ୍ୟସ୍ଥଳରୁ ଫେରୁଥିବା ବେଳେ କ୍ୟାବ୍ ଚାଳକ ଜଣଙ୍କ ନିଜ କାର ପୀଡ଼ିତାଙ୍କ ସ୍କୁଟି ପଛପଟେ ପିଟି ଦେଇଥିଲେ। ଏହା ଦେଖି ପୀଡ଼ିତା ଅଭିଯୁକ୍ତ ଚାଳକକୁ ବାହାରକୁ ଡାକିବା ପରେ ପୀଡ଼ିତା କିଛି କହିବା ପୂର୍ବରୁ ଚାଳକଜଣଙ୍କ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଦେବା ଆରମ୍ଭ କରି ଦେଇଥିଲେ। ଏଭଳି ଗାଳି ଦେବା ପାଇଁ ମନା କରିବାରୁ ଚାଳକଜଣଙ୍କ ପୀଡ଼ିତାଙ୍କ ମୁହଁକୁ ଛେପ ପକାଇବା ସହ ତାଙ୍କ ଗଳା ଚିପିବା ପାଇଁ ଚେଷ୍ଟା କରିଥିଲା।

Image result for Frightening experience for 30-year-old woman, cabbie spits on face, tries to strangle her Times Now

ଏହା ପରେ ପୀଡ଼ିତା ସାହାଯ୍ୟ ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଯାଇଥିଲେ। ଲୋକଙ୍କୁ ଆସିବା ଦେଖି ଡରରେ ଅଭିଯୁକ୍ତ ଚାଳକ ସେଠାରୁ ଚାଲିଯାଇଥିଲା। ହେଲେ ପୀଡ଼ିତା ଗାଡ଼ି ନମ୍ବର ନୋଟ୍ କରିବା ସହ ପୁଲିସରେ ଏବେ ଏ ନେଇ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe