ଗଣ୍ଡରପୁର ଡ୍ରେନେଜ ଡିଭିଜନ୍‌ ଠକେଇ: ଆଉ ଜଣେ ଅଭିଯୁକ୍ତ ଗିରଫ

Advertisment
ଗଣ୍ଡରପୁର ଡ୍ରେନେଜ ଡିଭିଜନ୍‌ ଠକେଇ: ଆଉ ଜଣେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : କଟକ ଗଣ୍ଡରପୁର ଡ୍ରେନେଜ୍‌ ଡିଭିଜନ୍‌ ମୁଖ୍ୟଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିବା କୋଟି କୋଟି ଟଙ୍କା ଋଣ ଦୁର୍ନୀତି ଅଭିଯୋଗରେ କ୍ରାଇମବ୍ରାଞ୍ଚ ଆଜି ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେ ହେଲେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳର ଜୟନ୍ତ କୁମାର ଜେନା(୪୪)। ସେ ଏଠାରେ ସହିଦନଗର ଅଞ୍ଚଳରେ ରହୁଥିଲେ। ଆଜି ତାଙ୍କୁ କଟକଠାରେ ଥିବା ସ୍ୱତନ୍ତ୍ର କୋର୍ଟକୁ ଚାଲାଣ କରାଯାଇଛି। ସୂଚନା ମୁତାବକ, ୨୦୦୯ରୁ ୨୦୧୦ ମଧ୍ୟରେ ୮୫ ଜଣ ବ୍ୟକ୍ତି ନିଜକୁ ଗଣ୍ଡରପୁର ଡ୍ରେନେଜ୍‌ ବିଭାଗରେ କର୍ମଚାରୀ ଦର୍ଶାଇ ନୟାସଡ଼କ ଆଲ୍ଲାହାବାଦ ବ୍ୟାଙ୍କରୁ ୨.୨୬ କୋଟି ଟଙ୍କା ଋଣ ନେଇଥିଲେ। ପରବର୍ତୀ ସମୟରେ ଜଣା ପଡ଼ିଥିଲା କି ସେମାନେ କର୍ମଚାରୀ ନୁହନ୍ତି। କାଗଜପତ୍ରରେ ଜାଲିଆତି କରି ଏଭଳି ଠକେଇ କରିଛନ୍ତି। ଏ ନେଇ ବ୍ୟାଙ୍କ ପକ୍ଷରୁ କ୍ରାଇମ୍‌ବ୍ରାଞ୍ଚରେ ଅଭିଯୋଗ କରାଯିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ଯେଉଁଥିରେ ଜୟନ୍ତ ନିଜକୁ ଜଣେ କନିଷ୍ଠ କିରାଣି ଦର୍ଶାଇ ୩ଲକ୍ଷ ଟଙ୍କା ଋଣ ନେଇଥିଲେ। ଘଟଣା ପଦାକୁ ଆସିବା ପରେ ଆଜି ତାଙ୍କୁ ଗିରଫ କରାଯାଇଛି। କ୍ରାଇମ୍‌ବ୍ରାଞ୍ଚ ଏବେ ସୁଦ୍ଧା ୨୫ ଜଣଙ୍କୁ ଗିରଫ କରି ସାରିଲାଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe