ଚିଲ୍‌ଡ୍ରେନ୍‌ ପାର୍କର ଗାର୍ଡ ରୁମ୍‌ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୬ ଗିରଫ

Advertisment
ଚିଲ୍‌ଡ୍ରେନ୍‌ ପାର୍କର ଗାର୍ଡ ରୁମ୍‌ରେ ନାବାଳିକାଙ୍କୁ ଗଣଦୁଷ୍କର୍ମ, ୬ ଗିରଫ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀର ମଣ୍ଡଓ୍ଵାଲି ଅଞ୍ଚଳରେ ଥିବା ଚିଲଡ୍ରେନ୍‌ ପାର୍କରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ୬ଜଣ ଗିରଫ ହୋଇଛନ୍ତି। ପୂର୍ବ ଦିଲ୍ଲୀରେ ଥିବା ଏହି ପାର୍କରେ ସନ୍ଧ୍ୟାରେ ବୁଲୁଥିବା ୯ମ ଶ୍ରେଣୀର ଛାତ୍ରୀଙ୍କୁ ଏକାକୀ ଦେଖି ସଚିନ ଗୁର୍ଜର, ଶ୍ରୀକାନ୍ତ ଓ ହରିଶ ନାମରେ ୩ଜଣ ଗଣଦୁଷ୍କର୍ମ କରିଥିଲେ ବୋଲି ଦିଲ୍ଲୀ ପୁଲିସ କହିଛି। ସନ୍ଧ୍ୟା ହେବା ପରେ ସଚିନ ତା’ର ଅନ୍ୟ ୩ଜଣ ସାଙ୍ଗକୁ ଡାକିଥିଲା। ପୁଣି ଥରେ ସମସ୍ତ ୬ଜଣ ସାଙ୍ଗ ମିଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଏହା ପରେ ସେମାନେ ଘଟଣାକୁ ବାହାରେ ପ୍ରଘଟ କଲେ ହତ୍ୟା କରିବେ ବୋଲି ଧମକ ଦେଇ ସେଠାରୁ ଚାଲି ଯାଇଥିଲେ।

ଗଣଦୁଷ୍କର୍ମ ପୀଡ଼ିତା ଘରକୁ ଆସି ସମସ୍ତ ଘଟଣା କହିବା ପରେ ପିତା ମଣ୍ଡଓ୍ଵାଲି ଥାନା ପହଞ୍ଚି ଅଭିଯୋଗ କରିଥିଲେ। ଏହା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାନ କରିଛି। ଅନ୍ୟପକ୍ଷରେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ କହିବା ଅନୁସାରେ ଷଡ଼ଯନ୍ତ୍ର କରି ତାଙ୍କୁ ଫସା ଯାଇଛି। ପୁଲିସ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ କହିବା ଅନୁସାରେ, ସାଙ୍ଗ କରିବା ବାହାନାରେ ୬ଜଣ ନାବାଳିକାଙ୍କ ସହିତ ଦୁଷ୍କର୍ମ କରିଥିଲେ। ଭାରତୀୟ ଦଣ୍ଡ ସଂହିତା ଧାରା ୩୭୬/୫୦୬/୪/୧୨ ଆଧାରରେ ମୋକଦ୍ଦମା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe