ଟ୍ରେନକୁ ଅପେକ୍ଷା କରିଥିବା ନାବାଳିକାଙ୍କୁ ଗଣଦୁଷ୍କର୍ମ, ୨ ଗିରଫ , ଜଣେ ଫେରାର୍

Advertisment
ଗଣ ଦୁଷ୍କର୍ମର ଶିକାର ହୋଇ ପଳାଇ ଯାଇଥିବା ମହିଳାଙ୍କୁ କରି  କଲା ଉଲୁଣ୍ଡା ପୁଲିସ୍‌

image source--navbharattimes

ମହାରାଜଗଞ୍ଜ: ବିହାରର କୋଠିଭାର ଥାନା ଅଞ୍ଚଳରେ ଥିବା ଶିଶୱା ରେଳ ଷ୍ଟେସନରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଜଣେ ୧୭ ବର୍ଷୀୟ ନାବାଳିକା ନିଜର ଅଜା ଘରକୁ ଯିବା ଲାଗି ଶିଶୱା ରେଳ ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ। ଏହି ସମୟରେ ୩ ଜଣ ଲୋକ ତାଙ୍କ ନିକଟରେ ପହଞ୍ଚିଥିଲେ । ସେମାନେ ନାବାଳିକାଙ୍କୁ ଚା’ ପିଇବାକୁ ଦେଇଥିଲେ । ଚା’ରେ ନିଶା ଔଷଧ ମିଶି ଥିବାରୁ ନାବାଳିକା କିଛି ସମୟ ପରେ ଚେତାଶୂନ୍ୟ ହୋଇଯାଇଥିଲେ । ଏହାପରେ ଅଭିଯୁକ୍ତମାନେ ନାବାଳିକାଙ୍କୁ ନିକଟସ୍ଥ ନିର୍ମାଣାଧୀନ ଏକ ଘରକୁ ନେଇ ରାତିସାରା ଗଣଦୁଷ୍କର୍ମ କରିଥିଲେ। ଏହାପରେ ସେମାନେ ପୀଡ଼ିତାଙ୍କୁ ଏକ ପରିତ୍ୟକ୍ତ ସ୍ଥାନରେ ଫିଙ୍ଗି ଦେଇ ଚାଲିଯାଇଥିଲେ ।publive-image

ଚେତା ଫେରିବା ପରେ ନାବାଳିକାଜଣକ କୌଣସି ପ୍ରକାରରେ ଘରକୁ ପହଞ୍ଚି ପରିବାର ଲୋକଙ୍କୁ ସମସ୍ତ ଘଟଣା ପ୍ରକାଶ କରିଥିଲା । ପୀଡ଼ିତାଙ୍କର ପିତା କୋଠିଭାର ଥାନାରେ ତିନି ଜଣ ଅଜଣା ଯୁବକଙ୍କ ନାଁରେ ଏତଲା ଦେଇଥିଲେ । ପୁଲିସ ମାମଲା ରୁଜୁ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ହେଲେ ଆଉ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ତୃତୀୟ ଅଭିଯୁକ୍ତକୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଏସପି ଆଶୁତୋଷ ଶୁକ୍ଲା କହିଛନ୍ତି । ସେ କହିଛନ୍ତି ଯେ ଅଭିଯୁକ୍ତମାନେ ଚା’ରେ ନିଶା ଔଷଧ ଦେଇ ନାବାଳିକାକୁ ପିଇବାକୁ କହିଥିଲେ । ସେ ଚେତାଶୂନ୍ୟ ହୋଇଯିବା ପରେ ଅଭିଯୁକ୍ତମାନେ ଗଣଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ଷ୍ଟେସନରେ ବେଆଇନ ଭାବେ ଦୋକାନ ପରିଚାଳନା କରୁଥିବା ବ୍ୟବସାୟୀ ବୋଲି ବି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe