Advertisment

Gang-Raped In Bangladesh: ବାଂଲାଦେଶରେ ଭିନ୍ନକ୍ଷମ ହିନ୍ଦୁ ଯୁବତୀଙ୍କୁ ଅପହରଣ ପରେ ଗଣଦୁଷ୍କର୍ମ

Advertisment

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଥମୁ ନାହିଁ। ବାଂଲାଦେଶରେ ସଂସଦୀୟ ନିର୍ବାଚନ ପରେ ନୂଆ ସରକାର ଗଠନ ହୋଇଥିବାବେଳେ ଚାନ୍ଦପୁର ଅଞ୍ଚଳ‌ରୁ ଏକ ଲଜ୍ଜାଜନକ ଘଟଣା ସାମ୍‌ନାକୁ ଆସିଛି।

ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଥମୁ ନାହିଁ। ବାଂଲାଦେଶରେ ସଂସଦୀୟ ନିର୍ବାଚନ ପରେ ନୂଆ ସରକାର ଗଠନ ହୋଇଥିବାବେଳେ ଚାନ୍ଦପୁର ଅଞ୍ଚଳ‌ରୁ ଏକ ଲଜ୍ଜାଜନକ ଘଟଣା ସାମ୍‌ନାକୁ ଆସିଛି।

Untitled-18.jpg

Photograph: (google)

ଢାକା: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଆକ୍ରମଣ ଥମୁ ନାହିଁ। ବାଂଲାଦେଶରେ ସଂସଦୀୟ ନିର୍ବାଚନ ପରେ ନୂଆ ସରକାର ଗଠନ ହୋଇଥିବାବେଳେ ଚାନ୍ଦପୁର ଅଞ୍ଚଳ‌ରୁ ଏକ ଲଜ୍ଜାଜନକ ଘଟଣା ସାମ୍‌ନାକୁ ଆସିଛି। ଜଣେ ୨୫-ବର୍ଷୀୟା ଭିନ୍ନକ୍ଷମ ହିନ୍ଦୁ ଯୁବତୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଛି। ରବିବାର ରାତିରେ ଏହି ଅମାନବୀୟ କାର୍ଯ୍ୟ ଘଟିଥିଲା।ରିପୋର୍ଟ ଅନୁଯାୟୀ, ଚାନ୍ଦପୁର ଅଞ୍ଚଳରେ କୀର୍ତ୍ତନ ଚାଲିଥିବାବେଳେ ମହିଳାଙ୍କୁ ସେଠାରୁ ତିନି ଜଣ ଲୋକ ଅପହରଣ କରିନେଇଥିଲେ ଓ ପରେ ଗଣଦୁଷ୍କର୍ମ କରିଥିଲେ। ପୀଡ଼ିତା ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ମହିଳା ଅଭିଯୁକ୍ତଙ୍କୁ ଚିହ୍ନଟ କରିଛନ୍ତି। କିନ୍ତୁ ସେମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରାଯାଇନାହିଁ। ଡିସେମ୍ବର ୨୦୨୫ରୁ ଚଳିତ ବର୍ଷ ଜାନୁଆରି ମାସର ମଧ୍ୟଭାଗ ପର୍ଯ୍ୟନ୍ତ ପାଖାପାଖି ୧୫ ଜଣ ହିନ୍ଦୁଙ୍କୁ ହତ୍ୟା କରାଗଲାଣି। ୨୦୨୪ ଛାତ୍ର ଆନ୍ଦୋଳନ ଓ ଶେଖ୍‌ ହସିନା ଗାଦିଚ୍ୟୁତ ହେବା ପରଠାରୁ ବାଂଲାଦେଶରେ ହିଂସା ଜାରି ରହିଛି। ଦୀପୁ ଚନ୍ଦ୍ର ଦାସ, ରାଣାକାନ୍ତି ବୈରାଗୀଙ୍କୁ ହତ୍ୟା କରାଯାଇଛି।

ଅଧିକ ପଢ଼ନ୍ତୁ: ସାମରିକ କାର୍ଯ୍ୟାନୁଷ୍ଠାନରେ କୁଖ୍ୟାତ ଡ୍ରଗ୍ସ ଚୋରା ଚାଲାଣକାରୀ ଏଲ୍ ମେଞ୍ଚୋ ନିହତ: ମେକ୍ସିକୋରେ ହିଂସା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe