ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ସୟୋପୁରରେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଘଟଣା ସାମ୍ନାକୁ ଆସିଛି। କୁହାଯାଉଛି କି ନାବାଳିକା ନିଜ ସାଙ୍ଗ ସହିତ ବୁଲୁଥିଲେ। ଏହି ସମୟରେ ତିନିଜଣ ଯୁବକ ଆସି ଦୁହିଁଙ୍କୁ ମାଡ଼ ମାରିଥିଲେ। ଆଉ ନାବାଳିକାଙ୍କୁ ଜଣକ ପରେ ଜଣେ ଦୁଷ୍କର୍ମ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ପୀଡିତା ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତଙ୍କ ପରିଚୟ ଜଣାପଡ଼ି ଯାଇଥିଲେ ହେଁ ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇ ନଥିଲା।
ପୁଲିସ ନିକଟରେ ଅଭିଯୋଗ କରି ନାବାଳିକା କହିଥିଲେ,ସକାଳୁ ସେ ଗାଁରୁ ବାହାରି ନିଜର ସମ୍ପର୍କୀୟଙ୍କ ଘରକୁ ଯାଉଥିଲେ। ଏହି ସମୟରେ ରାସ୍ତାରେ ତାଙ୍କର ଜଣେ ସାଙ୍ଗ ଦେଖା ହୋଇଯାଇଥିଲେ। ଏହାପରେ ଦୁହେଁ ସାଙ୍ଗ ହୋଇ ଯାଉଥିବା ବେଳେ ତିନିଜଣ ଯୁବକ ହଠାତ ଆସି ଦୁହିଁଙ୍କ ଉପରେ ଆକ୍ରମଣ କରିଥିଲେ। ତିନିଜଣଯୁବକଙ୍କ ମାଡ଼ରେ ଭୟଭୀତ ହୋଇ ତାଙ୍କ ସେଠାରୁ ଚାଲି ଯାଇଥିଲେ। ଫଳରେ ତିନିଜଣ ଯୁବକ ଜଣକ ପରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ନାବାଳିକାଙ୍କୁ ଉଦ୍ଧାର କରି ପୁଲିସରେ ଖବର ଦେଇଥିଲେ।
Follow Us