ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

କଟକ: ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ ହୋଇଥିବା ବୁଧବାର ଜଣାପଡ଼ିଛି। କଟକ ଡିସିପି ଅଖିଳେଶ୍ୱର ସିଂ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। କୋର୍ଟଙ୍କ ଓ୍ଵାରେଣ୍ଟ ବଳରେ ମାଲଗୋଦାମ ପୁଲିସ ରାଜା ଆଚାର୍ଯ୍ୟକୁ ଗିରଫ କରିଛି। ସେ କହିଛନ୍ତି ଯେ, ଆଉ କିଛି ସମୟ ପରେ ରାଜାଙ୍କୁ କୋର୍ଟରେ ହାଜର କରାଯିବ।

କୁଖ୍ୟାତ ଅପରାଧୀ ରାଜା ଆଚାର୍ଯ୍ୟଙ୍କୁ ପୁଲିସ ପୂର୍ବରୁ ମଧ୍ୟ ଗିରଫ କରିଥିଲା। ବର୍ଷ ୨୦୦୪ ମସିହାର ଏକ ହତ୍ୟା ଉଦ୍ୟମ ମାମଲାରେ ସେ ଗିରଫ ହୋଇଥିଲେ। ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ପୂର୍ବରୁ ଗିରଫ ହୋଇଥିଲେ।

ପ୍ରକାଶଥାଉକି, ୨୦୦୮ ଏପ୍ରିଲ ୧୩ରେ ଜୁଡୋ କୋଚ ବିରଞ୍ଚି ଦାସଙ୍କୁ ହତ୍ୟା କରାଯାଇଥିଲା। ପୁଲିସ ରାଜାଙ୍କୁ ମେ’ ମାସ ୨୮ ତାରିଖ ୨୦୦୮ ମସିହାରେ ଗୋଆରୁ ଗିରଫ କରିଥିଲା। ପରେ ୨୦୧୧ ମସିହାରେ ଭୁବନେଶ୍ୱର ଜିଲ୍ଲା ଦୌରାଜଜ୍‌ କୋର୍ଟରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହିି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ଗତବର୍ଷ ମାର୍ଚ ମାସରେ ଜାମିନ୍‌ ପ୍ରଦାନ କରି ସାରିଥିଲେ। ବିରଞ୍ଚି ହତ୍ୟା ମାମଲାରେ ପୁଲିସ ରାଜାଙ୍କ ସମେତ ଚଗଲାଙ୍କୁ ମଧ୍ୟ ଗିରଫ କରିଥିଲା। ଆଲବମ୍‌ ଅଭିନେତ୍ରୀ ଲେସଲିଙ୍କ ସହିତ ଏକତରଫା ପ୍ରେମ ସମ୍ପର୍କକୁ ନେଇ ରାଜା ଜୁଡୋ କୋଚ୍‌ ବିରଞ୍ଚି ଦାସଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe