ରାଜସ୍ଥାନର ସୀକରରେ ଗ୍ୟାଙ୍ଗ୍‌ଷ୍ଟର୍‌ ରାଜୁ ଠେଠ୍‌ଙ୍କୁ ଗୁଳିମାରି ହତ୍ୟା

Advertisment
ରାଜସ୍ଥାନର ସୀକରରେ ଗ୍ୟାଙ୍ଗ୍‌ଷ୍ଟର୍‌ ରାଜୁ ଠେଠ୍‌ଙ୍କୁ ଗୁଳିମାରି ହତ୍ୟା

Image Courtesy of India Today

ଜୟପୁର: ଆଜି ରାଜସ୍ଥାନର ସୀକର ଅନ୍ତର୍ଗତ ଉଦ୍ୟୋଗ ନଗରରେ ଥିବା ତାଙ୍କ ବାସଭବନରେ ଗ୍ୟାଙ୍ଗ୍‌ଷ୍ଟର୍‌ ରାଜୁ ଠେଠ୍‌ଙ୍କୁ ଅଜ୍ଞାତ ଦୁର୍ବୃତ୍ତମାନେ ଗୁଳି ମାରି ହତ୍ୟା କରିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ଆନନ୍ଦପାଲ୍‌ ଗ୍ୟାଙ୍ଗ୍‌ ସହିତ ରାଜୁ ଠେଠ୍‌ଙ୍କର ଶତ୍ରୁତା ଥିଲା। ଏହାଛଡ଼ା, ଆନନ୍ଦପାଲ୍‌ ଗ୍ୟାଙ୍ଗ୍‌ ଓ ଲରେନ୍‌ସ୍‌ ବିଷ୍ଣୋଇ ଗ୍ୟାଙ୍ଗ୍‌ ଏକତ୍ର କାର୍ଯ୍ୟ କରୁଥିବା ଖବର ବି ମିଳିଛି। ଅପରାଧିକ ରେକର୍ଡ ଥିବା ଲରେନ୍‌ସ୍‌ ଗ୍ୟାଙ୍ଗ୍‌ର ରୋହିତ ଗୋଦାରା ରାଜୁ ଠେଠ୍‌ଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି କହିଛନ୍ତି। ଆନନ୍ଦପାଲ୍‌ ଓ ବଲ୍‌ବୀରଙ୍କ ମୃତ୍ୟୁର ପ୍ରତିଶୋଧ ନେଇଥିବା କଥା ବି ସେ କହିଛନ୍ତି।

publive-image Image Grabbed from Video

ଉପରୋକ୍ତ ଘଟଣାର ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ଭିଡିଓରେ ଦେଖାଯାଉଛି ଯେ, ରାଜୁଙ୍କ ଉପରକୁ ଦୁର୍ବୃତ୍ତମାନେ ସର୍ବସମ୍ମୁଖରେ ଗୁଳି ଚଳାଉଛନ୍ତି। ଭିଡିଓରେ ଚାରିଜଣ ଅଭିଯୁକ୍ତ ମଧ୍ୟ ସ୍ପଷ୍ଟ ରୂପେ ଦେଖାଯାଉଛନ୍ତି।

ରାଜୁଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଘୋଷଣା କରିଥିବା ରୋହିତ ଗୋଦ୍ରା ସମ୍ପ୍ରତି ଆଜେର୍‌ବୈଜାନ୍‌ରେ ରହି ଲରେନ୍‌ସ୍‌ ଓ ଗୋଲ୍‌ଡିଙ୍କ ‘ଅପରାଧ କମ୍ପାନି’ ଚଳାଉଛନ୍ତି। ଭାରତରେ ସେ ଜଣେ ‘ୱାଣ୍ଟେଡ୍‌ କ୍ରିମିନାଲ୍‌’।

ଦିଲ୍ଲୀ ପୁଲିସର ସ୍ପେସାଲ୍ ସେଲ୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ରାଜୁ ଠେଠ୍‌ଙ୍କୁ ହତ୍ୟା କରିବା ଲାଗି ଦୁର୍ବୃତ୍ତମାନେ ୧୦ ବର୍ଷ ହେବ ଯୋଜନା ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe