ଫେରି କରି ବିକୁଛନ୍ତି ଗଞ୍ଜେଇ

Advertisment

୯ଜଣ ଗିରଫ ୭୦ କେଜି ଜବତ

୯ଜଣ ଗିରଫ ୭୦ କେଜି ଜବତ

ଫେରି କରି ବିକୁଛନ୍ତି ଗଞ୍ଜେଇ

ଖଣ୍ଡଗିରି: ମଙ୍ଗଳବାର ପୂର୍ବାହ୍ଣରେ ଅବକାରୀ ବିଭାଗର ଫ୍ଲାଇଂ ସ୍କ୍ଵାଡ୍‌ ଭୁବନେଶ୍ୱରରୁ ୯ ଜଣ ଗଞ୍ଜେଇ ଫେରିବାଲାଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୭୦ କେଜି ଗଞ୍ଜେଇ ଜବତ କରାଯାଇଛି। ସେମାନେ ହେଲେ ଗଞ୍ଜାମ ତାଉସିଂହ ଥାନା ବଡ଼ାଙ୍ଗିର ସନ୍ତୋଷ ବେହେରା(୩୦), ଭୁବନେଶ୍ୱର ଚନ୍ଦ୍ରଶେଖରପୁର ନୀଳାଦ୍ରିବିହାରର କୃଷ୍ଣ ନାଏକ(୨୪), ଫୁଲବାଣୀ ସାରଙ୍ଗଗଡ଼ ମଙ୍ଗାଡ଼ିଆର ଚିତ୍ରସେନ ପ୍ରଧାନ(୩୫), ଅଶୋକ ଦିଗଲ(୨୫), ପ୍ରଶାନ୍ତ ପ୍ରଧାନ(୩୦), ଫୁଲବାଣୀ ବାଲିଗୁଡ଼ା ପଟାଙ୍ଗୀର ବିଶ୍ୱନାଥ ଦିଗଲ(୩୫), ଶାମସିଂହ ଦିଗଲ(୩୫), ଗାର୍ଗୀ ବାଲିଗୁଡ଼ାର ରିଙ୍କୁ ମଳିକ(୧୯) ଓ ଦାରିଙ୍ଗବାଡ଼ି ପରପଙ୍ଗାର ବିକାଶ ପ୍ରଧାନ(୧୯)। ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓ ଖୋର୍ଧା ନୂଆବସ୍‌ଷ୍ଟାଣ୍ଡ ଅଞ୍ଚଳରୁ ଅବକାରୀ ବିଭାଗର ୩ଟି ଟିମ୍‌ ଏମାନଙ୍କୁ ଗିରଫ କରିଛି। ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଏଭଳି ବହୁ ଛୋଟ ବେପାରୀ ରାଜଧାନୀକୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ଖବର ମିଳିଥିଲା। ତେଣୁ ଏମାନଙ୍କୁ ଗିରଫ କରିବା ପାଇଁ କିଛି ଦିନ ପୂର୍ବରୁ ଯୋଜନା କରାଯାଇଥିଲା। ଏମାନେ ଫୁଲବାଣୀ, ଗଜପତି ଓ ଗଞ୍ଜାମରୁ ଚାଷୀ ବା ମାଫିଆମାନଙ୍କଠାରୁ ମାଲ୍‌ କିଣି ବସ୍‌ ଯୋଗେ ଭୁବନେଶ୍ୱର ଆସନ୍ତି। ପ୍ରାୟ ୧୦ କିଲୋ ତଳକୁ ମାଲ୍‌ ରଖି ସହଜରେ ବ୍ୟାଗ୍‌ରେ ଧରି ଆସନ୍ତି। ଛୋଟ କ୍ୟାରି ବ୍ୟାଗ୍‌ରେ ମାଲ୍‌ ଥିବାରୁ କିଛି ଜଣାପଡ଼େ ନାହିଁ। ଫଳରେ ବାହାରକୁ ଜଣାପଡ଼େ ନାହିଁ। ଭୁବନେଶ୍ୱରର ବିଭିନ୍ନ ବସ୍ତି, ପାନ ଦୋକାନ, ଚା’ ଦୋକାନ ଆଦିରେ କାହାକୁ କିଲେ କାହାକୁ ଦି’କଲୋ ଏମିତି ଫେରିବାଲା ଭଳି ବିକି ଏମାନେ ପୁଣି ଫେରିଯାଆନ୍ତି। ମାସକରେ ପ୍ରାୟ ୩/୪ ଥର ଏମାନେ ମାଲ୍‌ ଚାଲାଣ କରୁଥିବା ଜଣାପଡ଼ିଛି। ଆଜି କଟକ ଫ୍ଲାଇଂ ସ୍କ୍ଵାଡ୍‌ର ଡେପୁଟି ସୁପରିଟେଣ୍ଡେଣ୍ଟ ବିକେ ସିଂସାମନ୍ତ, ଇନ୍‌ସ୍ପେକ୍ଟର ଶରତଚନ୍ଦ୍ର ଭଂଜ, ଏଚଏସ୍‌ ମଲ୍ଲିକ, କେଏଲ୍‌ ପାଇକରାୟ, ରଂଜନ ନାୟକ ଓ ଏଚସି ସାମନ୍ତଙ୍କୁ ନେଇ ଗଠିତ ୩ଟି ଟିମ୍‌ ଉଦୟଗିରି ପାହାଡ଼ ଓ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରୁ ୭ ଜଣଙ୍କୁ ଗିରଫ କରିଥିବାବେଳେ ଖୋର୍ଧାରୁ ୨ ଜଣଙ୍କୁ ଗିରଫ କରିଥିଲା।

ଛୋଟ ବେପାରୀଙ୍କ ବଡ଼ ଲାଭ
ଛୋଟ ବେପାରୀ ହେଲେ ବି ଏମାନଙ୍କ ଲାଭ ଅଧିକ। କନ୍ଧମାଳ, ଗଞ୍ଜାମ, ଗଜପତି ଆଦି ଜିଲ୍ଲାର ଗଞ୍ଜେଇ ଚାଷୀ ବା ମାଫିଆମାନଙ୍କଠାରୁ କମ୍‌ ଦାମ୍‌ରେ କିଣି ଏମାନେ ଫେରିବାଲାଭାବେ ବୁଲି ବୁଲି ଅଧିକ ଦାମ୍‌ରେ ବିକନ୍ତି। ଭୁବନେଶ୍ୱର, କଟକ, ବାଲେଶ୍ୱର ଓ ଭଦ୍ରକ ଭଳି ଓଡ଼ିଶାର ସହରକୁ ବାଦ୍‌ଦେଲେ ଏମାନେ ଚୋରା ଗଞ୍ଜେଇକୁ ନଜେ ସୁରତ ଚାଲାଣ କରୁଥିବା ସ୍ୱୀକାର କରିଛନ୍ତି। କମ୍‌ ବୟସରୁ ଏହି ବେପାରରେ ପଶି ସେମାନେ ବେଶ୍‌ ଭଲ ପଇସା ରଖିଛନ୍ତି ଓ ଗାଡ଼ିଘୋଡ଼ାର ମାଲିକ ବୋଲି ଜଣାପଡ଼ିଛି। ଏଭଳି ବେପାରରେ ଅଧିକ ଲାଭ ପାଇବାରୁ ସେମାନଙ୍କ ଭିତରୁ ରିଙ୍କୁ, ବିକାଶ ଭଳି ଯୁବକମାନେ ଅଧାରୁ ପାଠପଢ଼ା ଛାଡ଼ିଥିବା ଜଣାପଡ଼ିଛି। ସେହିଭଳି ଅଶୋକ ମାଇକ୍ରୋ ଫାଇନାନ୍‌ସ କମ୍ପାନି ଛାଡ଼ି ଏହି ଚୋରା ଚାଲାଣକୁ ପସନ୍ଦ କରିଥିବା ପୁଲିସ ନିକଟରେ ମାନିଛି। ଛୋଟ ବେପାରୀ ବୋଲି ଏମାନେ ୮ ଶହ କିମ୍ବା ହଜାରେ ଟଙ୍କାରେ ମାଲ୍‌ କିଣି ପାରନ୍ତି। ମାତ୍ର ଖୁଚୁରା ଫେରିବାଲା ହିସାବରେ ୩ ହଜାର ଟଙ୍କାରୁ ଅଧିକ ଦାମ୍‌ରେ ବିକିପାରନ୍ତି। ତେଣୁ ଏମାନେ ୩ ଗୁଣା ଲାଭ କରନ୍ତି। ୧୦ ହଜାର ଟଙ୍କା ମାଲ୍‌ କିଣି ଗୋଟିଏ ଥରରେ ୩୦ ହଜାର ଟଙ୍କା କମାନ୍ତି। ଏମିତି ଆହୁରି ଅନେକ ଗଞ୍ଜେଇ ଫେରିବାଲା ଅଛନ୍ତି। ବର୍ତମାନ ଅମଳ ଋତୁ ଚାଲିଥିବାରୁ ଉଭୟ ଛୋଟ ଓ ବଡ଼ ବେପାରୀମାନେ ସକ୍ରିୟ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe