ଗ୍ୟାସ୍ ସିଲିଣ୍ଡର ଚୋରି, ଦୁଇ ଗିରଫ

Advertisment

ଚନ୍ଦ୍ରଶେଖରପୁର: ଗ୍ୟାସ ସିଲିଣ୍ଡର ଓ ଷ୍ଟେପିନ୍ ଚୋରି କରିବା ଅଭିଯୋଗରେ ଦୁଇ ଲୁଟେରାଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ। ସେମାନେ ହେଲେ ନୀଳାଦ୍ରିବିହାର ପଣ୍ଡା ପାର୍କ ବସ୍ତିର ପ୍ରଭାକର ନାୟକ(୨୨) ଓ ଶୈଳଶ୍ରୀ ବିହାର ସରସ୍ବତୀ ବସ୍ତିର ବୁବୁ ମହାନ୍ତି(୩୪)। ପୁଲିସ ଦୁଇ ଲୁଟେରାଙ୍କ ଠାରୁ ଚୋରି ହୋଇଥିବା ସାମଗ୍ରୀ ଜବତ କରିଛି। ପୁଲିସ ସୂଚନା ଅନୁଯାୟୀ ଗତକାଲି ରାତିରେ ନୀଳାଦ୍ରି ବିହାର ସାଇନ୍ସ ପାର୍କ ବସ୍ତିରେ ରହୁଥିବା ରାଜା ନାୟକଙ୍କ ଘରେ ପଶି ଦୁଇ ଲୁଟେରା ଗୋଟିଏ ଗ୍ୟାସ ସିଲିଣ୍ଡର, ଗାଡ଼ି ଷ୍ଟେପିନ୍‌ ଚୋରି କରି ନେଇଥିଲେ। ଏନେଇ ରାଜା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ। ଆଜି ସନ୍ଦେହରେ ଦୁଇ ଲୁଟେରାଙ୍କୁ ପୁଲିସ ଉଠାଇ ଆଣିଥିଲା। ପଚରାଉଚରା ପରେ ସେମାନେ ଚୋରି କରିଥିବା ସ୍ବୀକାର କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe