ସ୍ୱପ୍ନ ଏବଂ ପୁର୍ନଜନ୍ମରେ ବିଶ୍ୱାସ କାଳ ହେଲା, ସମଲିଙ୍ଗୀ ଯୁବକ କଲେ ଆତ୍ମହତ୍ୟା

ସ୍ୱପ୍ନ ଏବଂ ପୁର୍ନଜନ୍ମରେ ବିଶ୍ୱାସ କାଳ ହେଲା, ସମଲିଙ୍ଗୀ ଯୁବକ କଲେ ଆତ୍ମହତ୍ୟା

deccanchronicle.com

ଭୋପାଳ : ପ୍ରେମ ପାଇଁ ବଳିଦାନ ଦେଇଛନ୍ତି ପ୍ରେମିକ । ଯଦି ସେ ନିଜ ସାଥୀକୁ ପ୍ରେମ ପ୍ରସ୍ତାବ ଦେବେ, ତେବେ ତାଙ୍କ ସାଥୀ ମୃତ୍ୟୁବରଣ କରିବେ ବୋଲି ସ୍ୱପ୍ନରେ ମା’ କାଳୀ କହିଥିବାରୁ ଏକ ହ୍ରଦକୁ ଡ଼େଇଁ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ମୃତ ଯୁବକଙ୍କର ନାମ ନିଲୋତ୍ପଲ ସରକାର(୨୭)ହୋଇଥିବା ବେଳେ ସେ ଜଣେ ନାନୋ ଟେକ୍‌ନୋଲୋଜି ରିସର୍ଚ୍ଚର ଥିବା ଜଣା ପଡ଼ିଛି। ସ୍ୱପ୍ନ ଏବଂ ପୁର୍ନଜନ୍ମରେ ବିଶ୍ୱାସ ରଖୁଥିବା ସରକାର ନିଜେ ନିଜର ପ୍ରାଣର ଆହୁତି ଦେଇ ତାଙ୍କର ଗେ ପାର୍ଟନରକୁ ବଞ୍ଚାଇ ପାରିବେ ବୋଲି ଚିନ୍ତା କରି ଏପରି କରିଥିବା ଜଣାପଡ଼ିଛି ।

ଏ ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଛି ପୁଲିସ । ତଦନ୍ତ ପରେ ମୃତ ସରକାର ପୂର୍ବରୁ ସବୁ ପ୍ରସ୍ତୁତି କରି ଆତ୍ମହତ୍ୟା କରିଥିବାା ଜଣା ପଡ଼ିଛି । କାରଣ ତାଙ୍କ କଚଟିରୁ ତାଙ୍କ ନାମ, ଠିକଣା ଏବଂ ନମ୍ବର ଲେଖାଥିବା ଏକ କାଗଜ ପୁଲିସକୁ ମିଳିଛି । ଏହା ସହ ସେ ଏକ ଭିଡ଼ିଓ ମଧ୍ୟ ନିଜ ଫେସ୍‌ବୁକ୍‌ରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଆତ୍ମହତ୍ୟା କରିବା ପଛର କାହାଣୀ କହିଛନ୍ତି । ଭିଡ଼ିଓରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୬ରେ ସେ ଏକ ସ୍ୱପ୍ନ ଦେଖିଥିଲେ । ଯେଉଁଥିରେ ମା' କାଳୀ ତାଙ୍କୁ କିଛି କଥା କହିଥିଲେ ଏବଂ ସେହି କଥା ଯଦି ସେ କାହାକୁ କହନ୍ତି ତେବେ ସେ ଦିନ ତାଙ୍କର ଶେଷ ଦିନ ହେବ ବୋଲି ସେ ଭିଡ଼ିଓରେ କହିଛନ୍ତି ।

publive-image The Indian Express

ବର୍ଷକ ମଧ୍ୟରେ ସେ ତାଙ୍କ ଜୀବନସାଥୀଙ୍କୁ ଭେଟିବେ ବୋଲି ମଧ୍ୟ ମା'କାଳୀ ତାଙ୍କୁ କହିଥିଲେ ବୋଲି ସେ ସେହି ଭିଡ଼ିଓରେ କହିଥିବା ଜଣା ପଡ଼ିଛି । କିନ୍ତୁ ଯେଉଁ ଦିନ ସେ ତାଙ୍କ ସାଥୀକୁ ପ୍ରେମ ନିବେଦନ କରିବେ ସେ ଦିନ ତାଙ୍କ ସାଥୀଙ୍କର ଶେଷ ଦିନ ହେବ ବୋଲି ମା'କାଳୀ ତାଙ୍କୁ କହିଥିବା ବେଳେ ସରକାର ତାଙ୍କ ସାଥୀ ସହ ଏପରି ନ କରିବାକୁ କାଳୀ ମା'ମାଙ୍କୁ ନେହୁରା ହୋଇଥିଲେ । ଏହା ସହ ତାଙ୍କ ସାଥୀ ପାଇଁ ସେ ଜୀବନ ଦେବେ ବୋଲି କହିଥିଲେ । ଅନ୍ୟ ପକ୍ଷରେ ସରକାର ଜଣେ ସମଲୀଙ୍ଗି ବୋଲି ତାଙ୍କ ପରିବାରର କେହି ଜାଣି ନଥିବା ବେଳେ ଫେସ୍‌ବୁକ୍‌ ଭିଡ଼ିଓ ଦେଖି ପରିବାର ଲୋକେ ସରକାରଙ୍କ ପାଖରେ ପହଞ୍ଚିବା ପୂର୍ବରୁ ସବୁ ସରି ଯାଇଥିଲା । ମୃତକ ଜଣଙ୍କ ଭୋପାଳର ସାକେତ ନଗରରେ ରହୁଥିବା ଜଣା ପଡ଼ିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe