ମୃତ୍ୟୁ ପରେ ବି ଯିଏ ଭଲ ଚାହେଁ ସେ ମାଆ! ସୁଇସାଇଡ୍‌ ନୋଟ୍‌ରେ ଏଭଳି ଲେଖି ଜୀବନ ହାରିଲେ ୮୩ ବର୍ଷୀୟା ମହିଳା

Advertisment
ମୃତ୍ୟୁ ପରେ ବି ଯିଏ ଭଲ ଚାହେଁ ସେ ମାଆ! ସୁଇସାଇଡ୍‌ ନୋଟ୍‌ରେ ଏଭଳି ଲେଖି ଜୀବନ ହାରିଲେ ୮୩ ବର୍ଷୀୟା ମହିଳା

ଗାଜିଆବାଦ୍‌: କେହି ଯଦି ଆତ୍ମହତ୍ୟା ପରି ଚରମ ପଦକ୍ଷେପ ନିଅନ୍ତି ତ ତାଙ୍କ ପରେ ତ‌ାଙ୍କ ପରିବାର ଲୋକଙ୍କୁ କିପରି ଅସୁବିଧାର ସାମ୍ନା କରିବାକୁ ପଡ଼େ ତାହା ଆପଣ ଜାଣନ୍ତି। ନିକଟରେ ବି ଏପରି ଅନେକ ଘଟଣା ଘଟିଛି। ଆତ୍ମହତ୍ୟା କରି ଲୋକ ଜୀବନ ହାରିବା ପରେ ପୁଲିସ୍‌ ଜେରାରେ ବାନ୍ଧି ହୋଇପଡ଼ନ୍ତି ପରିବାର ଲୋକ। ଆତ୍ମହତ୍ୟାର ପ୍ରକୃତ କାରଣ ନ ଜଣାପଡ଼ିବା ପର୍ଯ୍ୟନ୍ତ ପୁଲିସ୍‌ରୁ ନେଇ ସାଧାରଣ ଜନତା ସମସ୍ତଙ୍କ ମନରେ ଉଙ୍କିମାରେ ଅସରନ୍ତି ପ୍ରଶ୍ନ। ସେହିଭଳି ସମସ୍ୟାକୁ ଏ‌ଡ଼ାଇବାକୁ ଯାଇ ଜଣେ ୮୩ ବର୍ଷୀୟା ବୃଦ୍ଧା ଆତ୍ମହତ୍ୟା କରିବା ସହ ପରିବ‌ାର ଲୋକଙ୍କୁ ହଇରାଣ ନକରିବା ପାଇଁ ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ କରିଛନ୍ତି। ନିଜ ପିଲାମାନଙ୍କୁ ଅସୁବିଧାରେ ନପକାଇବାକୁ ଜଣେ ମାଆଙ୍କର ଏପରି ନୋଟ୍‌ ସାଧାରଣରେ ଚର୍ଚ୍ଚା ପାଲଟିଛି।

ଘଟଣାଟି ହେଉଛି ଗାଜିଆବାଦ୍‌ସ୍ଥିତ ହରିଦାପୁରମର ଜୟପୁରିଆ ସନ୍‌ରାଇଜ୍‌ ଗ୍ରୀନ୍‌ ସୋସାଇଟିର। ‌ସୋସା‌ଇଟିର ୧୩ ମହଲା ଉପରୁ ତଳକୁ ଡେଇଁ ୮୩ ବର୍ଷୀୟା ବୃଦ୍ଧା ନିଜ ଜୀବନ ଦେଇଛନ୍ତି। ଏହି ବୟସ୍କା ମହିଳାଙ୍କ ନାମ ଉମା। ସେ ଗତ ୨ ବର୍ଷ ହେବ ମାନସିକ ରୋଗର ଶିକାର ହୋଇ ଏକ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିଲେ। ମହିଳା ଜଣକ ଅଧିକାଂଶ ସମୟରେ ବିଶାଦଗ୍ରସ୍ତ ରହୁଥିଲେ।

ଉମା ତାଙ୍କ ପୁଅ ଆଶିଷ ଓ ବୋହୂ ନିରୂପମା(ଛଦ୍ମନାମ)ଙ୍କ ସହ ଉକ୍ତ ସୋସାଇଟିରେ ରହୁଥିଲେ। ସୋସାଇଟିର ସି ବ୍ଲକ୍‌ରେ ତାଙ୍କ ଝିଅ ଓ ଜ୍ବାଇଁ ବି ରହୁଥିଲେ। ତେବେ ଆତ୍ମହତ୍ୟା କରିବା ସମୟରେ ମହିଳା ଘରେ ଏକାକୀ ଥିଲେ।

ମହିଳା ଜଣକ ତଳକୁ ଡେଇଁବା ବେଳେ ଶବ୍ଦ ହେବାକୁ ସୋସାଇଟି ଲୋକ ସେଠାରେ ରୁଣ୍ଡ ହୋଇ ଯାଇଥିଲେ। ସେମାନେ ତୁରନ୍ତ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଆସି ପ୍ରାଥମିକ ତଦନ୍ତ କରିବା ବେଳେ ଏକ ସୁଇସାଇଡ୍‌ ନୋଟ୍‌ ପାଇଥିଲେ। ସେଥିରେ ଲେଖାଥିଲା, ‘ପରିବାର ବହୁତ ଭଲ। ସେମାନଙ୍କୁ ହଇରାଣ କରନ୍ତୁ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe