ଘରେ ଆକ୍ରମଣ କରିବାରୁ ଅଭିଯୋଗ କରିବାକୁ ଯାଇଥିଲେ, ପୁଲିସ ଷ୍ଟେସନ ବାହାରେ ହତ୍ୟା କଲେ ଦୁର୍ବୃତ୍ତ

Advertisment
New Prowrqject (24)

ଗାଜିଆବାଦ: ଘରେ ଆକ୍ରମଣ କରିବାରୁ ଅଭିଯୋଗ କରିବାକୁ ଯାଇଥିଲେ ଯୁବକ। ପୁଲିସ ଷ୍ଟେସନ ବାହାରେ ହତ୍ୟା କଲେ ଦୁର୍ବୃତ୍ତ। ୟୁପିର ଗାଜିଆବାଦରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଅପରାଧୀଙ୍କ ସାହସ ଏତେ ବଢ଼ିଯାଇଛି ଯେ ଏବେ ସେମାନେ ପୁଲିସ ଷ୍ଟେସନ ବାହାରେ ମଧ୍ୟ ହତ୍ୟା କରିବାକୁ ଭୟ କରୁନାହାଁନ୍ତି। ବୁଧବାର ରାତି ପ୍ରାୟ ୧୧ଟା ସମୟରେ ମୁରାଦନଗର ପୁଲିସ ଷ୍ଟେସନ ବାହାରେ ୩୨ ବର୍ଷୀୟ ଯୁବକ ରବି ଶର୍ମାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ରବି ମୂଳତଃ ରାୱଲି ଗାଁର ବାସିନ୍ଦା ଥିଲେ ଏବଂ କୀଟନାଶକ ବ୍ୟବସାୟ କରୁଥିଲେ।

ରାସ୍ତାରେ ଅଟକିଥିବା କାରକୁ ହଟାଇବା ଭଳି ଏକ ସାମାନ୍ୟ ଯୁକ୍ତିତର୍କରୁ ବିବାଦ ଆରମ୍ଭ ହୋଇଥିଲା, ଯାହା ପରେ ଅଭିଯୁକ୍ତ ପ୍ରଥମେ ମୃତକଙ୍କ ଘର ବାହାରେ ଗୁଳି ଚଳାଇଥିଲା। ଯୁବକ ଜଣକ ଏ ବିଷୟରେ ଅଭିଯୋଗ କରିବାକୁ ପୁଲିସ ଷ୍ଟେସନକୁ ଯାଇଥିବା ବେଳେ ତାଙ୍କୁ ପୁଲିସ ଷ୍ଟେସନ ବାହାରେ ଗୁଳି କରି ହତ୍ୟା କରାଯାଇଥିଲା। ହତ୍ୟା କରିବା ପରେ, ଦୁଇ ବାଇକ ଆରୋହୀ ଅଭିଯୁକ୍ତ ସହଜରେ ଘଟଣାସ୍ଥଳରୁ ଖସି ପଳାଇଥିଲେ।

ମୃତକଙ୍କ ବାପା ରବିନ୍ଦ୍ର ଶର୍ମାଙ୍କ ଅନୁଯାୟୀ, ବୁଧବାର ଦିନ ସେ ତାଙ୍କ ଭାଣିଜୀକୁ ତାଙ୍କ ଗାଡ଼ିରେ ନେବା ପାଇଁ ଗାଁକୁ ଯାଉଥିବା ରାସ୍ତାରେ ଠିଆ ହୋଇଥିଲେ। ସେହି ସମୟରେ, ସେହି ଗାଁର ଦୁଇ ଯୁବକ ମଣ୍ଟୁ ଏବଂ ଅଜୟଙ୍କ ସହିତ କାର୍ ହଟାଇବାକୁ ନେଇ ତାଙ୍କର ଯୁକ୍ତିତର୍କ ହୋଇଥିଲା। ରାସ୍ତା କଡ଼ରେ ବି ଯାଇ ହେବ ବୋଲି କହିଥିଲେ ରବିଙ୍କ ବାପା। ଏଥିରେ ଉଭୟ ଅଭିଯୁକ୍ତ ରାଗିଯାଇ ସେମାନଙ୍କୁ ଧମକ ଦେବା ପରେ ସେଠାରୁ ଚାଲିଯାଇଥିଲେ। ଏହା ପରେ ଘର ବାହାରକୁ ଆସି ଗୁଳି ଚଳାଇଥିଲେ, ଯାହା ଘରର ଗେଟ୍‌ରେ ବାଜିଥିଲା। ଏହାର ଅଭିଯୋଗ କରିବା ପ‌ାଇଁ ରବି ନିଜ ବାପା ଓ ସାଙ୍ଗମାନଙ୍କୁ ନେଇ ପୁଲିସ ଷ୍ଟେସନ ଯାଇଥିଲେ। ପୁଲିସ ଷ୍ଟେସନ ବାହାରେ ଠିଆ ହୋଇଥିବା ବେଳେ ୨ଅଭିଯୁକ୍ତ ତାଙ୍କ ଉପରକୁ ଗୁଳି ମାଡ଼ କରିଥିଲେ। ଏହା ଫଳରେ ରବି ସେଠାରେ ହିଁ ଟଳି ପଡ଼ିଥିଲେ। ଅଭିଯୋଗ ହୋଇଛି ଯେ, କିଛି ପୁଲିସ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ କିନ୍ତୁ ହତ୍ୟାକାରୀମାନେ ହତ୍ୟା କରିବା ପରେ ସେଠାରୁ ପଳାଇ ଯାଇଥିଲେ।

ଏବେ ପୁଲିସ ଏତଲା ରଖି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe