ଘରୁ ଲୁଚି ପଳାଇ ବିବାହ କରିବାକୁ ଅରାଜି ହେବାରୁ ପ୍ରେମିକା ଘରେ ଆତ୍ମହତ୍ୟା କଲା ପ୍ରେମିକ

Advertisment
ଘରୁ ଲୁଚି ପଳାଇ ବିବାହ କରିବାକୁ ଅରାଜି ହେବାରୁ ପ୍ରେମିକା ଘରେ ଆତ୍ମହତ୍ୟା କଲା ପ୍ରେମିକ

ଗାଜିଆବାଦ: ଶୁକ୍ରବାର ରାତିରେ କୃଷ୍ଣ ନଗର ଅଞ୍ଚଳରେ ଜଣେ ୧୬ ବର୍ଷୀୟ ଝିଅ ଘରେ ଜଣେ ୨୦ ବର୍ଷିୟ ପୁଅ ଆତ୍ମହତ୍ୟା କରିଥିବା କଥା କୁହାଯାଉଛି। ପୁଲିସ କହିବା ଅନୁସାରେ, ଘରୁ ଲୁଚି ପଳାଇ ଯାଇ ବିବାହ କରିବାକୁ ଯୁବକଜଣକ ଦେଇଥିବା ପ୍ରସ୍ତାବରେ ଝିଅଟି ରାଜି ନ ହେବାରୁ ସେ ବେକରେ ଝିଅର ଦୁପଟା ଲଗାଇ ଆତ୍ମହତ୍ୟା କରିଛି।

କିନ୍ତୁ ମୃତ ଯୁବକଙ୍କ ପରିବାର ଲୋକେ କହୁଛନ୍ତି କି, ଝିଅଘର ଲୋକେ ତାକୁ ମିଛରେ ଡକାଇ ହତ୍ୟା କରିଛନ୍ତି। ପୁଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି।

ପୁଲିସ ସୁପରିଟେଣ୍ଡେଣ୍ଟ୍‌ ଶ୍ଳୋକ କୁମାର କହନ୍ତି: ଝିଅ କହୁଛି କି, ଉଭୟଙ୍କ ମଧ୍ୟରେ ଦୁଇ ବର୍ଷ ହେବ ସମ୍ପର୍କ ଥିଲା ଏବଂ ଏ କଥା ଦୁହିଁଙ୍କ ପରିବାର ଭଲ ଭାବେ ଜାଣିଥିଲେ। ଝିଅ ପିଛେ ସବୁ ସମୟ ନଷ୍ଟ କରୁଥିବା ଅଭିଯୋଗ କରି ଶୁକ୍ରବାର ରାତିରେ ଯୁବକଙ୍କ ଘର ଲୋକ ତାଙ୍କୁ ଗାଳି ଦେଇଥିଲେ।

ପୁଅ ଓ ଝିଅ ଗୋଟିଏ ଅଞ୍ଚଳର ବାସିନ୍ଦା

ଅତ୍ୟଧିକ ରାଗିଯାଇ ଯୁବକଜଣକ ସନ୍ଧ୍ୟା ୭ଟା ବେଳେ ଝିଅ ଘରକୁ ଆସି ପଚାରିଲା କି, ସେ ତା’ ସହ ଲୁଚି ପଳାଇବ କି, ନାହିଁ। ଝିଅ ମନା କଲା। ତା’ପରେ ସେ ଝିଅକୁ ଛାତ ଉପରକୁ ଯିବାକୁ ଡାକିଲା।

ଏତିକିବେଳେ ଝିଅର ବଡ଼ ଭଉଣୀ କୋଚିଙ୍ଗ୍‌ କ୍ଲାସ୍‌ରୁ ଫେରି ଦେଖିଲା ଯେ ଘରର ମୁଖ୍ୟ ଦୁଆର ଭିତରପଟୁ ବନ୍ଦ। ସେ ଭେଣ୍ଟିଲେଟର୍‌ରେ ଦେଖିଲେ ଭିତରେ ଜଣେ ଯୁବକ ଝୁଲୁଛି।

ଝିଅଟି ତା’ର ସାଙ୍ଗମାନଙ୍କୁ ଡାକିଲା। ସେମାନେ ପହଞ୍ଚିବା ପରେ ଶୁକ୍ରବାର ବିଳମ୍ବିତ ରାତ୍ରୀରେ ଯୁବକଙ୍କୁ ତିନୋଟି ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା।

ଶନିବାର ଦିନ ପୁଲିସ ଝିଅ ଓ ତା’ର ପରିବାର ଲୋକଙ୍କୁ ପଚରା ଉଚୁରା କରିଛି, କିନ୍ତୁ ଏଫ୍‌ଆଇଆର୍‌ ଦାଏର ହୋଇ ନାହିଁ କି, କାହାରିକୁ ଗିରଫ କରାଯାଇ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe