ପ୍ରେମ ପ୍ରସ୍ତାବ ସ୍ବୀକାର ନକରିବାରୁ ରାସ୍ତା ମଝିରେ ନାବାଳିକାର ଗଳା କାଟି ହତ୍ୟା କଲା ଯୁବକ

Advertisment
ନିର୍ବନ୍ଧ ପୂର୍ବରୁ କୂଅରେ ପଡ଼ି ଯୁବକ ମୃତ

ବିଶାଖାପାଟଣା: ତେଲେଙ୍ଗାନା ଓ ଆନ୍ଧ୍ର ପ୍ରଦେଶରୁ ଦୁଷ୍କର୍ମର ଅନେକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ଗତ ମାସ ତେଲେଙ୍ଗାନାରେ ଜଣେ ଯୁବକ ନିଜର ୧୩ ବର୍ଷର ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲା। ସେହିପରି ଗତ ବର୍ଷ ଡିସେମ୍ବରରେ ତେଲେଙ୍ଗାନାରେ ଜଣେ ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରିବା ପରେ ଜିଅନ୍ତା ଜାଳି ଦିଆଯିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିଲା। ଏସବୁ ପରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ରାସ୍ତା ମଝିରେ ଜଣେ ଯୁବକ ନାବାଳିକାଙ୍କ ଗଳାକାଟି ହତ୍ୟା କରିଛି। ହତ୍ୟାକାରୀ ନାମ ଅନିଲ ବୋଲି ଜଣାପଡ଼ିଛି।

ଏହି ହତ୍ୟା ଘଟଣାକୁ ନେଇ ପୁଲିସ ସୂତ୍ରରୁ ପ୍ରକଶ ଯେ, ବିଶାଖାପାଟଣା ସହରର ସୂର୍ଯ୍ୟୋଦୟ କଲୋନୀର ସାଇବାବା ମନ୍ଦିର ନିକଟରେ ୧୭ବର୍ଷର ନାବାଳିକା ରଶ୍ମି (ଛଦ୍ମନାମ )ଙ୍କୁ ରାସ୍ତା ମଝିରେ ତଣ୍ଟି କାଟି ହତ୍ୟା କରାଯାଇଛି। ଅଭିଯୁକ୍ତ ଅନିଲ ନାବାଳିକା ରଶ୍ମିଙ୍କୁ ଏକ ତରଫା ପ୍ରେମ କରୁଥିଲା। ଅନିଲ କିଛିଦିନ ତ‌ଳେ ରଶ୍ମିଙ୍କୁ ପ୍ରେମ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବକୁ ନାବାଳିକା ରଶ୍ମି ସ୍ୱୀକାର କରି ନଥି‌ଲେ। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଅନିଲ ଏଭଳି ନିର୍ମମ ଭାବେ ହତ୍ୟା କରିଥିବା ପୁଲିସ ସନ୍ଦେହ କରୁଛି।


ଅନିଲର ଆକ୍ରମଣରେ ପୀଡ଼ିତା ଜଣକ ଘଟଣାସ୍ଥଳରେ ରକ୍ତ ଜୁଡ଼ୁବୁଡ଼ୁ ହୋଇ ଟଳି ପଡ଼ିଥି‌ଲେ। ଏହି ହତ୍ୟାକାଣ୍ଡ ବିଷୟରେ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକା ରଶ୍ମିଙ୍କ ମୃତଦେହ ଉଦ୍ଧାର କରି ଅଭିଯୁକ୍ତ ଅନିଲକୁ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe