ଯୁବତୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ କରିଥିବା ୪ ଦୁଷ୍କର୍ମକାରୀ ଗିରଫ

ଯୁବତୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ  କରିଥିବା ୪ ଦୁଷ୍କର୍ମକାରୀ ଗିରଫ

ଭୋପାଲ: ମଧ୍ୟ ପ୍ରଦେଶର ଭୋପାଲରେ ଜଣେ ଯୁବତୀ ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ଆଣିଥିଲେ। ଏହି ଦୁଷ୍କର୍ମରେ ସାମିଲ ଥିବା ୪ଜଣ ଅଭିଯୁକ୍ତକୁ ପୁଲିସ ରବିବାର ଗିରଫ କରିଥିବା ଖବର ମିଳିଛି।

ସୂଚନାଯୋଗ୍ୟ, କିଛିଦିନ ତଳେ ଭୋପାଲରୁ ଏକ ଗଣଦୁଷ୍କର୍ମର ମାମଲା ସାମ୍ନାକୁ ଆସିଥିଲା। ଗିରଫ ହୋଇଥିବା ଦୁଷ୍କର୍ମକାରୀ ମଧ୍ୟରୁ ଜଣେ ପୀଡିତାଙ୍କ ସାଙ୍ଗ ଥିବା କଥା ଜଣାପଡ଼ିଛି। ତେବେ କୌଣସି ଏକ ଅସୁବିଧା ଥିବା କଥା କହି ପୀଡିତାଙ୍କ ସାଙ୍ଗ ରୋହନ (ଛଦ୍ମନାମ) ତାକୁ ଡକାଇଥିଲା। ଏହାପରେ ତାକୁ ନିଜ ସାଙ୍ଗଘରକୁ ନେଇ ଯାଇଥିଲା। ସେଠାରେ ୪ଜଣ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିବା କଥା ଭୋପାଲ ଏସ୍‌ପି ରାହୁଲ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe