ଦୁଷ୍କର୍ମ ଉଦ୍ୟମ ପଡ଼ିଲା ଭାରୀ, ଯୁବକଙ୍କ ଓଠ କାମୁଡ଼ି ଛିଡ଼ାଇ ଦେଲେ ଯୁବତୀ

Advertisment
ଦୁଷ୍କର୍ମ ଉଦ୍ୟମ ପଡ଼ିଲା ଭାରୀ, ଯୁବକଙ୍କ ଓଠ କାମୁଡ଼ି ଛିଡ଼ାଇ ଦେଲେ ଯୁବତୀ

ମିରଟ: ଦୁଷ୍କର୍ମ ଉଦ୍ୟମ କରିବା ପଡ଼ିଲା ଭାରୀ। ଓଠ କାମୁଡ଼ି ଛିଡ଼ାଇ ଦେଲେ ଯୁବତୀ। ଉତ୍ତରପ୍ରଦେଶର ମିରଟରେ ଜଣେ ଯୁବତୀ, ଦୁଷ୍କର୍ମ କରିବାକୁ ଚାହୁଁଥିବା ଯୁବକର ଓଠ କାମୁଡ଼ି ଦେଇଥିବା ଜଣାପଡ଼ିଛି। ଘଟଣା ପରେ ଆହତଙ୍କୁ ପୁଲିସ ଡାକ୍ତରଖାନାରେ ଭର୍ତ୍ତି କରି ଚିକିତ୍ସା କରାଇବା ପରେ ଗିରଫ କରିଛି ।

ସୂଚନା ମୁତାବକ, ଶନିବାର ଅପରାହ୍ନରେ ମିରଟ ଜିଲ୍ଲାର ଦୌରାଲା ପୁଲିସ ଷ୍ଟେସନ ଅଞ୍ଚଳରେ ଥିବା ଆଝୋନ୍ତା ଜଙ୍ଗଲରେ ଜଣେ ଯୁବତୀ ନିଜ କ୍ଷେତରେ କାମ କରୁଥିଲେ। ତାଙ୍କୁ ଏକୁଟିଆ ଦେଖି ଅଭିଯୁକ୍ତ ଯୁବକଜଣକ ଦୁଷ୍କର୍ମ କରିବାକୁ ଉଦ୍ୟମ ଆରମ୍ଭ କରିଥିଲେ। ଯୁବକ ଜଣକ ଜବରଦସ୍ତ ଯୁବତୀକୁ ଚୁମ୍ବନ ଦେବାକୁ ଚେଷ୍ଟା କରୁଥିବା ବେଳେ ଯୁବତୀ ସାହସ ଦେଖାଇ ଯୁବକଙ୍କର ଓଠକୁ ଦାନ୍ତରେ କାମୁଡ଼ି ଛିଡ଼ାଇ ଦେଇଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ରକ୍ତାକ୍ତ ହେବା ସହ ଜୋରରେ ପାଟି କରିବା ଆରମ୍ଭ କରିଥିଲେ।

ଏହା ଦେଖି ଯୁବତୀ ମଧ୍ୟ ସାହାଯ୍ୟ ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୂରା ଘଟଣା ଜାଣିବା ପରେ ଲୋକେ ପୁଲିସକୁ ଡାକି ଅଭିଯୁକ୍ତକୁ ହସ୍ତାନ୍ତର କରିଥିଲେ। ପୁଲିସ ଅଭିଯୁକ୍ତକୁ ହେପାଜତକୁ ନେଇ ଚିକିତ୍ସା କରାଇବା ପରେ ଏବେ ତାକୁ ଗିରଫ କରିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe