ପ୍ରେମିକଙ୍କ ମିଛ ଜୀବନ ହାରିବା ଧମକରେ ଡରିଗଲେ ପ୍ରେମିକା, ହାରିଲେ ନିଜ ଜୀବନ

ପ୍ରେମିକଙ୍କ ମିଛ ଜୀବନ ହାରିବା ଧମକରେ ଡରିଗଲେ ପ୍ରେମିକା, ହାରିଲେ ନିଜ ଜୀବନ

ବରେଲି: ପ୍ରେମରେ ଜୀବନ ହାରିବା କିଛି ନୂଆ ଘଟଣା ନୁହେଁ। ପୂର୍ବରୁ ବି ଅନେକ ପ୍ରେମୀ ଜୀବନ ହାରିବା କଥା ଆପଣ ଶୁଣିଥିବେ ନିଶ୍ଚୟ। ଉତ୍ତରପ୍ରଦେଶର ବରେଲିରେ ଜଣେ ପ୍ରେମିକା ଜୀବନ ହାରିଥିବା ଜାଣିବାକୁ ମିଳିଛି। ସେ ତାଙ୍କ ପ୍ରେମିକଙ୍କୁ ବାରମ୍ବାର ଫୋନ୍‌ କରିବା ସତ୍ତ୍ବେ ପ୍ରେମିକ ଫୋନ୍‌ ନଉଠାଇବାରୁ ପ୍ରେମିକା ଜଣକ ବିବ୍ରତ ହୋଇ ବିଷ ପାନ କରି ଜୀବନ ହାରିଥିବା ସୂଚନା ରହିଛି।

ଘଟଣାଟି ହେଉଛି ଇଜ୍ଜତ ନଗର ଥାନା ଅଞ୍ଚଳର। ଜାଣିବାକୁ ମିଳିଛି ଯେ ବରେଲି କଲେଜରେ ପଢୁଥିବା ଜଣେ ଯୁବତୀଙ୍କର ବ୍ୟାଙ୍କ୍‌ରେ କାମ କରୁଥିବା ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ରହିଥିଲା। ସେମାନେ ଘଣ୍ଟା ଘଣ୍ଟି ଧରି ଫୋନ୍‌ରେ କଥା ହୁଅନ୍ତି। ଗୁରୁବାର ଦିନ ପ୍ରେମିକ ଜଣକ ତାଙ୍କ ପ୍ରେମିକାଙ୍କୁ ହ୍ବାଟ୍‌ସଆପ୍‌ରେ ଏକ ଫଟୋ ମାଗି‌ଥିଲେ। ମାତ୍ର ପ୍ରେମିକା ଦେବାକୁ ମନା କରି ଦେଇଥିଲେ। ତାପରେ ପ୍ରେମିକ ଭିଡିଓ କଲ୍‌ କରିବାକୁ କହିବା କଥାକୁ ବି ପ୍ରେମିକା ଟାଳି ଦେଇଥିଲେ। ଏତିକି କଥାରେ କଥା କଟାକଟି ହୋଇଥିଲା। ପ୍ରେମିକାଙ୍କୁ ପ୍ରେମିକ ଜୀବନ ହାରିବାର ଧମକ ଦେଇ ଫୋନ୍‌ କାଟି ଦେଇଥିଲେ।

ତା’ପରେ ପ୍ରେମିକା ଜଣକ ବାରମ୍ବାର ପ୍ରେମିକଙ୍କୁ ଫୋନ୍‌ କରିଥିଲେ। ‌ସେ ତାଙ୍କୁ ୪୦ ଥର ଫୋନ୍‌ କଲେ ବି ସେପଟରୁ କୌଣସି ଜବାବ ଆସିନଥିଲା। ପ୍ରେମିକ ସତରେ ବୋଧହୁଏ ଜୀବନ ହାରି ଦେଇଛନ୍ତି ବୋଲି ଚିନ୍ତା କରି ପ୍ରେମିକା ଜଣକ ବିଷ ପିଇ ଆତ୍ମହତ୍ୟା କରିଥିଲେ।

ସଂପର୍କୀୟମାନେ ଏବେ ଅଭିଯୁକ୍ତ ବ୍ୟ‌ାଙ୍କ୍‌ କର୍ମଚାରୀ ସଞ୍ଚିତ ଅରୋରାଙ୍କୁ ତାଙ୍କ ଝିଅର ଆତ୍ମହତ୍ୟା ପଛର କାରଣ ବୋଲି ଅଭିଯୋଗ ଆଣିଛନ୍ତି। ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe