ଧଳା କୁକୁରକୁ ଲାଲ ରଙ୍ଗ କରିବା ଯୁବତୀଙ୍କୁ ମହଙ୍ଗା ପଡ଼ିଲା

Advertisment
ଧଳା କୁକୁରକୁ ଲାଲ ରଙ୍ଗ କରିବା ଯୁବତୀଙ୍କୁ ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ନିଜର ପୋଷା କୁକୁରକୁ ଲାଲ ରଙ୍ଗରେ ରଙ୍ଗୀନ କରିବା ମହଙ୍ଗା ପଡ଼ିଛି। ଏହି କାରଣରୁ ଯୁବତୀଙ୍କ ଉପରେ ପଶୁଙ୍କ ସହିତ ଦୁର୍ବ୍ୟବହାର କରିବା ନେଇ ଅଭିଯୋଗ ହୋଇଛି। କ୍ଲୋ ନାମରେ ଜଣାଶୁଣା ଟିକଟକ ରେଗୁଲାର ନିଜର ହ୍ୟାଣ୍ଡଲ୍ @ danthebigreddog ବ୍ୟବହାର କରନ୍ତି। ଏଥିରେ ସେ କୁକୁରକୁ ରଙ୍ଗୀନ କରୁଥିବା କ୍ଲିପ ସେୟାର କରି ଲେଖିଛନ୍ତି, 'ମୋତେ ରାସ୍ତାରେ ସବୁଠାରୁ ବଡ ଲାଲ ରଙ୍ଗର କୁକୁର ମିଳିଛି! ଏହି ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ଟିକଟକ ସହିତ ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏକ ଭିଡିଓରେ ସେ ଆହୁରି ଲେଖିଛନ୍ତି, ଯେ ତାଙ୍କ ପୋଷା କୁକୁରକୁ ନାଲି ରଙ୍ଗ କରିବା ଏକ ଉଦ୍ଦେଶ୍ୟ ହେଉଛି ତାଙ୍କ କୁକୁରକୁ ଆଉ କେହି ଚୋରି କରି ପାରିବେ ନାହିଁ। ଏଥିସହିତ ହଜିଗଲେ ବି ସହଜରେ ଚିହ୍ନଟ କରି ହେବ। ଆଉ ଲାଲ ରଙ୍ଗ ହୋଇଥିବାରୁ ଆଗରୁ ଆସୁଥିବା ଗାଡ଼ି ସହିତ ଧକ୍କା ବି ଖାଇବ ନାହିଁ।

କ୍ଲୋଙ୍କ ଏଭଳି କାମକୁ ନେଇ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଲେଖିଛନ୍ତି, କୁକୁରର ସାହାଯ୍ୟ ନେଇ ତୁମେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛ। ଟିକଟିକ ଏବଂ ଇନଷ୍ଟାଗ୍ରାମରେ ପ୍ରସିଦ୍ଧ ହେବା ଉଦ୍ଦେଶ୍ୟ ରଖିଛି। ଏପରି କରି ପଶୁଙ୍କ ପ୍ରତି ଦୁର୍ବ୍ୟବହାର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe