ଝିଅକୁ ଖାଇବାକୁ ନଦେଇ ମାରି ଦେଲା ବାପା

Advertisment
ଝିଅକୁ ଖାଇବାକୁ ନଦେଇ ମାରି ଦେଲା ବାପା

The Rising Nepal

ଜଲଗ୍ରାମ: ଝିଅମାନେ ବାପାମାନଙ୍କ ଅତି ପ୍ରିୟର ହୋଇଥାଆନ୍ତି। ଝିଅର ପ୍ରତିଟି ଇଚ୍ଛାକୁ ବାପା ପୂରଣ କରିବାକୁ ଚେଷ୍ଟା କରିଥାଆନ୍ତି। ତେବେ ମହାରାଷ୍ଟ୍ରର ଜଲଗ୍ରାମରେ ଏହାର ଏକ ଓଲଟା ଘଟଣା ଦେଖିବାକୁ ମିଳିଛି।

ଜଲଗ୍ରାମର ରଜା କଲୋନିରେ ବସବାସ କରୁଥିବା ଜାଭଦେ ନିଜର ୧୧ବର୍ଷର ଝିଅକୁ ବନ୍ଦୀ କରି ଖାଇବାକୁ ପିଇବାକୁ ଦେଉ ନଥିଲା। ଶେଷରେ ଝିଅଟି ଭୋକ ଓ ଶୋଷ ସହି ନପାରି ସବୁଦିନ ପାଇଁ ଆଖିବୁଜି ଦେଇଥିଲା। ଏହାପରେ ବାପା କାହାକୁ କିଛି ନକହି ଝିଅର ମୃତଦେହକୁ ପୋତି ଦେଇ ନିଜର ସ୍ତ୍ରୀ ଓ ଅନ୍ୟ ପିଲାଙ୍କୁ ଧରି ଘର ଛାଡ଼ି ଚାଲି ଯାଇଥିଲା।
ମୃତ ଝିଅର ଦାଦାଙ୍କୁ ଏହି ଘଟଣାକୁ ‌ନେଇ କିଛି ସନ୍ଦେହ ହୋଇଥିଲା।

ତେଣୁ ସେ ସ୍ଥାନୀୟ ପୁଲିସ ଷ୍ଟେସନରେ ଅଭି‌ଯୋଗ କରିଥିଲେ। ଏହି ଅଭିଯୋଗକୁ ଆଧାର କରି ପୁଲିସ ତଦନ୍ତ ଚଳାଇଥିଲା। ଏହି ତଦନ୍ତ ପରେ ଝିଅର ହତ୍ୟାକାରୀ ବାପା ଜାଭେଦ ଧରାପଡ଼ିଥିଲା। ପୁଲିସ ମୃତଝିଅର ବାପା ଓ ମା’କୁ ଗିରଫ କରିବା ସହିତ ଜେଲ ପଠାଇ ଦେଇଛି।

ପୁଲିସ ତହସିଲଦାରଙ୍କ ଉପସ୍ଥିତିରେ ମୃତଦେହକୁ ମାଡ଼ି ତଳୁ ବାହାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା କି ଝିଅର ମୃତ୍ୟୁ ଭୋକ ହେତୁ ହୋଇଥିଲା। ତେବେ କୁହାଯାଉଛି କି, ହତ୍ୟାକାରୀ ବାପା ନିଜ ଝିଅକଚ ଅଶୁଭ ବୋଲି ମାନୁଥିଲା। ତେଣୁ ସେ ତାକୁ ଖାଇବାକୁ ପିଇବାକୁ ନଦେଇ ଗୋଟିଏ କୋଠରୀରେ ବନ୍ଦ କରି ରଖିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe