ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଛତ୍ରପୁରରେ ବସବାସ କରୁଥିବା ଜଣେ ନାବାଳିକା ଜବଲପୁରର ଭେଡାଘାଟରେ ଥିବା ନର୍ମଦା ନଦୀକୁ ଜୀବନ ହାରି ଦେଇଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ଜବଲପୁର ପୁଲିସ ନାବାଳିକାଙ୍କ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତରୁ ଜଣାପଡ଼ିଥିଲା ନର୍ମଦା ନଦୀକୁ ଡେଇଁ ଜୀବନ ହାରିଥିବା ନାବାଳିକାଙ୍କ ସମ୍ପର୍କ ଛତ୍ରପୁର ଜିଲ୍ଲାରେ ଜୀବନ ହାରିଥିବା ଭୋଲା ଅହିରୱାରଙ୍କ ସହିତ ରହିଛି।
ଜୀବନ ହାରିଥିବା ନାବାଳକଙ୍କ ପରିବାର ଦୁଇଜଣ ସଦସ୍ୟଙ୍କୁ ଭୋଳା ଘରେ ପ୍ରବେଶ କରି ଗୁଳି କରିଥିଲା।
ପୁଲିସ ନାବାଳିକାଙ୍କଠାରୁ ଏକ ସୁଇସାଇଡ ନୋଟ ଜବତ କରିଛି। ଯେଉଁଥିରେ ନାବାଳିକା ଜଣକ ଭୋଲା ଅହିରୱାରଙ୍କ ସହିତ ଥିବା ତାଙ୍କ ପ୍ରେମ ସମ୍ପର୍କ ବିଷୟରେ ଉଲ୍ଲେଖ କରି କହିଛନ୍ତି ମୋର ମୃତ୍ୟୁ ପରେ ଯେପରି ମୋର ପରିବାରକୁ କେହି ହଇରାଣ କରିବେ ନାହିଁ। ଏତିକି ମୋର ଅନୁରୋଧ।’
ପୁଲିସର ସୂଚନାନୁସାରେ, ଅକ୍ଟୋବର ୮ରେ ଭୋଳା ଅହିରୱାର ଜୀବନ ହାରିଦେବା ପରେ ନାବାଳିକା ନିଖୋଜ ହୋଇଯାଇଥିଲେ। ସେ ଗତକାଲି ବଧୂ ବେଶରେ ସଜେଇ ହୋଇ ନିର୍ମଦା ନଦୀକୁ ଡେଇଁ ଜୀବନ ହାରି ଦେଇଛନ୍ତି।
Follow Us