କଥା କହି ପାରୁ ନଥିବାରୁ ଫାଇଦା ଉଠାଇଲା ସଂପର୍କୀୟ ଦାଦା, ମିଛ କହି ଘରକୁ ନେବା ସହ କଲା ଦୁଷ୍କର୍ମ, ଏଭଳି ସଙ୍କେତ ନେଇ ନିଜକୁ ବଞ୍ଚାଇଲେ ପୀଡ଼ିତା

Advertisment
କଥା କହି ପାରୁ ନଥିବାରୁ ଫାଇଦା ଉଠାଇଲା ସଂପର୍କୀୟ ଦାଦା, ମିଛ କହି ଘରକୁ ନେବା ସହ କଲା ଦୁଷ୍କର୍ମ, ଏଭଳି ସଙ୍କେତ ନେଇ ନିଜକୁ ବଞ୍ଚାଇଲେ ପୀଡ଼ିତା

Siasat

କାଙ୍କେର(ଛତିଶଗଡ଼) : ଛତିଶଗଡ଼ରେ ଜଣେ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ଖବର ମିଳିଛି । ପୀଡ଼ିତାଜଣଙ୍କ ମୁକ ହୋଇଥିବାରୁ ତାଙ୍କର ସଂପର୍କୀୟ ଦାଦା ଏହାର ଫାଇଦା ଉଠାଇବା ସହ ଘରକୁ ନେଇ ଦୁଷ୍କର୍ମ କରିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏ ନେଇ ଅଭିଯୋଗ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସୂଚନା ମୁତାବକ, ଘରେ କେହି ନ ଥିବା ବେଳେ ଅଭିଯୁକ୍ତ ପୀଡ଼ିତାଙ୍କୁ କିଛି ଦେବା ବାହାନାରେ ନିଜ ଘରକୁ ଡ଼ାକି ନେଇଥିଲେ । ସେଠାରେ ପହଞ୍ଚିବା ପରେ ଘରର କବାଟ ଦେଇ ପୀଡ଼ିତାଙ୍କ ସହ ଦୁଷ୍କର୍ମ କରିଥିଲେ । ଅନ୍ୟ ପକ୍ଷରେ, ପୀଡ଼ିତା ଘରକୁ ନ ଫେରିବା ଦେଖି ତାଙ୍କ ବଡ଼ ଭଉଣୀ ଏବଂ ଖୁଢ଼ି ଖୋଜିବାକୁ ବାହାରି କିଛି ବାଟ ଯିବା ପରେ ଚୁଢ଼ିର ଶବ୍ଦ ଶୁଭିଥିଲା । ଚୁଡ଼ି ବାଜିବାର ଶୈଳୀରୁ ଦୁହେଁ ପୀଡ଼ିତା ତାଙ୍କ ସଂପର୍କୀୟ ଦାଦାଙ୍କ ଘରେ ଥିବା ଜାଣି ପାରିଥିଲେ ।

publive-image

ଦୁହେଁ ଭିତରକୁ ଯିବା ପରେ ପୀଡ଼ିତା ତଳେ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ବେଳେ ଅଭିଯୁକ୍ତ ଦାଦା ଏକ କୋଣରେ ପୋଷାକ ପିନ୍ଧୁଥିବାର ଦେଖିଥିଲେ । ସେଠାରୁ ପୀଡ଼ିତାଙ୍କୁ ଉଦ୍ଧାର କରି ସିଧା ପୁଲିସ ଷ୍ଟେସନରେ ପହଞ୍ଚିଥିଲେ ପୀଡ଼ିତାଙ୍କ ପରିବାର ଲୋକେ । ଏ ନେଇ ଅଭିଯୋଗ କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe