ରାଗ ରଖି ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀର ଟିସିରେ ଲେଖିଲେ, ସ୍ୱଭାବରେ କଳିହୁଡି

ରାଗ ରଖି ସ୍କୁଲ କର୍ତ୍ତୃପକ୍ଷ ଛାତ୍ରୀର ଟିସିରେ ଲେଖିଲେ, ସ୍ୱଭାବରେ କଳିହୁଡି

ହରଦୋଇ: ଉତ୍ତରପ୍ରଦେଶ ହରଦୋଇ ଜିଲ୍ଲାରେ ଜଣେ ସ୍କୁଲ ଛାତ୍ରୀଙ୍କ ଟ୍ରାନ୍ସଫର ସାର୍ଟିଫିକେଟ (ଟିସି)ରେ ସ୍କୁଲ କର୍ତ୍ତୃପକ୍ଷ କଳିହୁଡି ସ୍ୱଭାବର ଲେଖି ଦେଇଛନ୍ତି। ସ୍କୁଲ କର୍ତ୍ତୃପକ୍ଷଙ୍କ ଏପରି କରିବାର ଉଦ୍ଦେଶ୍ୟ ହେଉଛି ଉକ୍ତ ଛାତ୍ରୀଙ୍କୁ ଯେପରି ଅନ୍ୟ ସ୍କୁଲରେ ଅଡମିସନ୍‌ ନମିଳୁ ବୋଲି ଅଭିଯୋଗ ହୋଇଛି। ଛାତ୍ରୀଙ୍କ ପରିବାରବର୍ଗ କିପରି ଝିଅର ଆଡମିସନ୍‌ ହେଉ ଓ ତାଙ୍କୁ ନ୍ୟାୟ ମିଳୁ ସେନେଇ ଏସଡିଏମ୍‌ଙ୍କ ନିକଟରେ ଗୁହାରି କରିଛନ୍ତି।

ଏସଡିଏମ୍‌ ଏହି ଅଭିଯୋଗ ଶୁଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଉକ୍ତ ଛାତ୍ରୀ ତଥା ତାର ପରିବାର ଲୋକଙ୍କୁ ଝିଅର ଆଡମିସନ୍‌ ଅନ୍ୟ ସ୍କୁଲରେ ହୋଇଯିବ ସେନେଇ ଆଶ୍ୱସନା ଦେଇଥିଲେ। ଏଥିସହିତ ଛାତ୍ରୀର ସିଟିରେରେ ଗୁଡ କ୍ୟାରେକ୍ଟର ଲେଖି ଅନ୍ୟ ସ୍କୁଲରେ ଆଡମିସନ୍‌ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

publive-image

ଏଭଳି ଏକ ମାମଲା ହରଦୋଇ ବେନିଗଞ୍ଜ ଅଞ୍ଚଳରେ ଘଟିଛି। ଏଠାରେ ସିକନ୍ଦରପୁର ଗ୍ରାମରେ ବସବାସ କରୁଥିବା ବାବୁରାମ ନିଜର ନାତୁଣୀ ଶିଖାର ଆଡମିସନ୍‌ ବାଳିକା ପୂର୍ବ ମାଧ୍ୟମିକ ବିଦ୍ୟାଳୟ ନୂଆ ବଜାର ବେନିଙ୍ଗଞ୍ଜ(ସିଟି ପବ୍ଲିକ୍‌ ସ୍କୁଲ) ନର୍ସରିରେ କରିଥିଲେ। ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶିଖା ଏହି ସ୍କୁଲରେ ପାଠ ପଢ଼ିଥିଲା। ପିତାର ମୃତ୍ୟୁ ପରେ ଏହି ସ୍କୁଲର ଅଧିକ ଫିସ୍‌ ତାର ଜେଜେବାପା ଦେଇ ପାରିଲେ ନାହିଁ। ତେଣୁ ସ୍କୁଲ ବଦଳାଇ ଗାନ୍ଧି ଇଣ୍ଟର କଲେଜରେ ଅଡମିସନ୍‌ କରାଇବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ସିଟି ପବ୍ଲିକ୍‌ ସ୍କୁଲର ପ୍ରଧାନଶିକ୍ଷକ ଦେବେନ୍ଦ ତାଙ୍କ ସ୍କୁଲରୁ ଟିସି ଦେବାକୁ ଚାହୁଁ ନଥିଲେ। ଶିଖାର ଜେଜେବାପା ବାଧ୍ୟ କରିବାରୁ ସେ ଛାତ୍ରୀର ଟିସିରେ କଳହ ସ୍ୱଭାବର ବୋଲି ଲେଖି ଦେଇଥିଲେ, ଯେପରି ଛାତ୍ରୀଙ୍କୁ ଅନ୍ୟ ସ୍କୁଲରେ ଆଡମିସନ୍‌ ନମିଳି ପାରୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe