ପ୍ରଥମେ ଖାଇବା ତିଆରି କର, ପରେ ଭୋଟ ଦେବାକୁ ଯିବ : ସ୍ୱାମୀର ଏଭଳି କଥା ଶୁଣି ରାଗରେ ୪ ବର୍ଷର ଝିଅକୁ ହତ୍ୟା କଲା ମା’

ପ୍ରଥମେ ଖାଇବା ତିଆରି କର, ପରେ ଭୋଟ ଦେବାକୁ ଯିବ : ସ୍ୱାମୀର ଏଭଳି କଥା ଶୁଣି ରାଗରେ ୪ ବର୍ଷର ଝିଅକୁ ହତ୍ୟା କଲା ମା’

ୱାସିମ୍(ମହାରାଷ୍ଟ୍ର): ମହାରାଷ୍ଟ୍ରରେ ଏକ ହୃଦୟ ଥରାଇଦେବା ଭଳି ଘଟଣା ଘଟିଛି। ଛୋଟ କଥାକୁ ନେଇ ଜଣେ ମା’ ନିଜ ୪ବର୍ଷୀୟା ଶିଶୁକୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘଟଣାଟି ମହାରାଷ୍ଟ୍ରର ୱାସିମ୍ ଜିଲ୍ଲାରେ ଘଟିଥିବା ବେଳେ ଅଭିଯୁକ୍ତ ମା’କୁ ଗିରଫ କରିଛି ପୁଲିସ।

पत‍ि ने कहा- पहले खाना, फिर वोट‍, मां ने 4 साल की बेटी को लगाई फांसी aajtak.intoday.in

ପୁଲିସ ଦେଇଥିବ‌ା ସୂଚନା ମୁତାବକ, ଅଭିଯୁକ୍ତ ମହିଳା ନିଜର ୩ ଝିଅଙ୍କୁ ଧରି ମତଦାନ କରିବାକୁ ଯାଉଥିଲେ। ରାସ୍ତାରେ ତାଙ୍କ ସ୍ୱାମୀ ମହିଳାଙ୍କୁ ରୋଷେଇ କରିଛ କି? ବୋଲି ପଚାରିଥିଲେ। ମହିଳାଜଣଙ୍କ ନାଁ କହିବା ପରେ, ଆଗ ରୋଷେଇ କର ପରେ ମତଦାନ କରିବାକୁ ଯିବ ବୋଲି କହିଥିଲେ ମହିଳାଙ୍କ ସ୍ୱାମୀମୀ। ମଝି ରାସ୍ତାରେ ସ୍ୱାମୀଙ୍କର ଏଭଳି କଥା ଶୁଣି ଅଭିଯୁକ୍ତ ମହିଳା ରାଗରେ ନିଜ ୪ବର୍ଷୀୟା ଝିଅକୁ ଧରି ଆଗକୁ ବଢ଼ିିଥିଲେ। ଏହା ଦେଖି ଅନ୍ୟ ଦୁଇ ଝିଅକୁ ଧରି  ଘରକୁ ଫେରିଥିଲେ ମହିଳାଙ୍କ ସ୍ୱାମୀ। କିଛି ବାଟ ଯିବା ପରେ ମହିଳାଜଣଙ୍କ ନିଜ ଶାଢ଼ିକୁ କାଟି ୪ବର୍ଷୀୟା ଝିଅକୁ ଗଛରେ ଝୁଲାଇ ଦେବା ପରେ ନିଜ‌େ ଅ‌ାତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବା ବେଳେ ଗାଁଲୋକେ ତାଙ୍କୁ ବଞ୍ଚାଇବା ସହ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe